କଙ୍ଗନାଙ୍କ କାର୍ଯ୍ୟାଳୟ ଭଙ୍ଗାଯିବା ଘଟଣାରେ ଅସନ୍ତୋଷ ପ୍ରକାଶ କଲେ ରାଜ୍ୟପାଳ ଭଗତ ସିଂ କୋଶୟାରି, କେନ୍ଦ୍ରକୁ ଦେବେ ରିପୋର୍ଟ

Advertisment
କଙ୍ଗନାଙ୍କ କାର୍ଯ୍ୟାଳୟ ଭଙ୍ଗାଯିବା ଘଟଣାରେ ଅସନ୍ତୋଷ ପ୍ରକାଶ କଲେ ରାଜ୍ୟପାଳ ଭଗତ ସିଂ କୋଶୟାରି, କେନ୍ଦ୍ରକୁ ଦେବେ ରିପୋର୍ଟ

indiatoday

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ କାର୍ଯ୍ୟାଳୟ ଭଙ୍ଗାଯିବା ମାମଲାକୁ ନେଇ ଏବେ ରାଜନୀତି ଜୋର ଧରିବାରେ ଲାଗିଛି। ଏହି ଘଟଣାକୁ ଅନେକ କଳାକାରଙ୍କ ସହ ଦେଶବାସୀ ବିରୋଧ କରୁଥିବା ବେଳେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶୟାରି ମଧ୍ୟ ବିଏମସିର ଏଭଳି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମୁଖ୍ୟ ଉପଦେଷ୍ଟା ଅଜୟ ମେହେତାଙ୍କ ସହ ଆଲୋଚନା କରିଛନ୍ତି। ବିଏମସିର ଏହି କାର୍ଯ୍ୟରେ ରାଜ୍ୟପାଳ ଅସନ୍ତୋଷ ବ୍ୟକ୍ତ କରି ଏହି ପ୍ରସଙ୍ଗରେ ସେ କେନ୍ଦ୍ରକୁ ଏକ ରିପୋର୍ଟ ଦେବାକୁ ଯାଉଥିବା ଜଣା ପଡ଼ିଛି।

ବିଏମସି ଦ୍ୱାରା କାର୍ଯ୍ୟାଳୟ ଭଙ୍ଗାଯିବା  ପରେ କଙ୍ଗନା ରାଣାୱତ ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି | କଙ୍ଗନାଙ୍କ କାର୍ଯ୍ୟାଳୟରେ ହୋଇଥିବା ଭଙ୍ଗାରୁଜା ଘଟଣାରେ ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ବମ୍ବେ ହାଇକୋର୍ଟରେ ଶୁଣାଣି ହେବ।

publive-image aajtak

ସୂଚନା ମୁତାବକ, ଗତକାଲି ପୂର୍ବାହ୍ନରେ ‘ବି‌ଏମ୍‌ସି’ କର୍ମଚାରୀମାନେ ପହଞ୍ଚି ପୋଷପାଲି ହିଲ୍ ଅଞ୍ଚଳରେ ଥିବା କଙ୍ଗନାଙ୍କ ମଣିକର୍ଣ୍ଣିକା ଫିଲ୍ମସ୍‌ କାର୍ଯ୍ୟାଳୟରେ ବେଆଇନ୍ ଭାବେ କରାଯାଇଥିବା କେତେକ ଢାଞ୍ଚାକୁ ଭାଙ୍ଗିବା ଆରମ୍ଭ କରିବା ମାତ୍ରେ ଓକିଲଙ୍କ ମାଧ୍ୟମରେ ବମ୍ବେ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଏର କରିଥିଲେ କଙ୍ଗନା । ଦିନ ୧୨.୫୦ ପରେ ବିଚାରପତି ଏସ୍ କଠାୱାଲା ଏହି ଆବେଦନ ଶୁଣାଣି କରି ରହିତାଦେଶ ଜାରି କରିଥିଲେ। ସେତେବେଳକୁ ‘ବିଏମ୍‌ସି’ ତା’ର ଭଙ୍ଗା ଅଭିଯାନ ଶେଷ କରି ସାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe