'କରୋନା ମୁକ୍ତ ଗାଁ' ପ୍ରତିଯୋଗିତା ଆରମ୍ଭ କଲେ ମହାରାଷ୍ଟ୍ର ସରକାର, ଜିତିଲେ ମିଳିବ ୫୦ଲକ୍ଷ ଟଙ୍କା

Advertisment
'କରୋନା ମୁକ୍ତ ଗାଁ' ପ୍ରତିଯୋଗିତା ଆରମ୍ଭ କଲେ ମହାରାଷ୍ଟ୍ର ସରକାର, ଜିତିଲେ ମିଳିବ ୫୦ଲକ୍ଷ ଟଙ୍କା

indiatoday.in

ମୁମ୍ବାଇ: କରୋନା ମହାମାରୀ ସହ ଲଢ଼ିବା ପାଇଁ ଏକ ଅଭିନବ ବାଟ ଆପଣାଇଲେ ମହାରାଷ୍ଟ୍ର ସରକାର | ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ମହାରାଷ୍ଟ୍ର ସରକାର କରୋନା ମୁକ୍ତ ଗାଁ ପ୍ରତିଯୋଗିତା ଆରମ୍ଭ କରିଛନ୍ତି | ସବୁଠାରୁ ବଡ଼ କଥା ଏହି ପ୍ରତିଯୋଗିତାରେ ଯେଉଁ ଗାଁ ଜିତିବା, ସେମାନଙ୍କୁ ପୁରସ୍କାର ଆକାରରେ ୫୦ଲକ୍ଷ ଟଙ୍କା ଦିଆଯିବ |

ମହାରାଷ୍ଟ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ହାସନ ମୁଶ୍ରିଫ କହିଛନ୍ତି ଯେ, ଏହି ପ୍ରତିଯୋଗିତା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦ୍ୱାରା ଘୋଷିତ ହୋଇଥିବା 'ମୋ ଗ୍ରାମ କରୋନା ମୁକ୍ତ' ପଦକ୍ଷେପର ଏକ ଅଂଶ। ପୁରା ରାଜ୍ୟକୁ କରୋନା ମୁକ୍ତ କରିବା ଏହାର ଲକ୍ଷ | ମହାମାରୀ କରୋନାର ପରିଚାଳନା ପାଇଁ ରାଜ୍ୟର ୬ଟି ରାଜସ୍ୱ ବିଭାଗର ତିନୋଟି ଗ୍ରାମ ପଞ୍ଚାୟତକୁ ପୁରସ୍କାର ପ୍ରଦାନ କରାଯିବ। ପ୍ରଥମରେ ଥିବା ଗାଁକୁ ୫୦ ଲକ୍ଷ ଟଙ୍କା ପୁରସ୍କାର ଏବଂ ଦ୍ୱିତୀୟ ଏବଂ ତୃତୀୟରେ ଥିବା ଗାଁକୁ ଯଥାକ୍ରମେ ୨୫ଲକ୍ଷ ଏବଂ ୧୫ଲକ୍ଷ ଟଙ୍କା ପୁରସ୍କାର ଆକାରରେ ମିଳିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe