ମହାରାଷ୍ଟ୍ର ସରକାର ବାସ୍ତବବାଦୀ ନୁହେଁ: ଜେ.ପି. ନଡ୍ଡା

Advertisment
ମହାରାଷ୍ଟ୍ର ସରକାର ବାସ୍ତବବାଦୀ ନୁହେଁ: ଜେ.ପି. ନଡ୍ଡା

jagran.com

ମୁମ୍ବାଇ : ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେଙ୍କ ପରିଚାଳିତ ସରକାର ବାସ୍ତବବାଦୀ ନୁହେଁ ବୋଲି ଆଜି ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା କହିଛନ୍ତି। ନେରୁଲଠାରେ ଆୟୋଜିତ ମହାରାଷ୍ଟ୍ର ରାଜ୍ୟ ବିଜେପି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଡ୍ଡା କହିଛନ୍ତି, ଭବିଷ୍ୟତରେ ବିଜେପି ମହାରାଷ୍ଟ୍ରରେ ଏକାକୀ ଲଢିବାକୁ ପ୍ରସ୍ତୁତ ଅଛି। ଗତ ନିର୍ବାଚନରେ ବିଜେପି ମେଣ୍ଟ ବହୁମତ ହାସଲ କରିଥିଲା। କିନ୍ତୁ ସ୍ବାର୍ଥସର୍ବସ୍ବ ଦଳଙ୍କ ପାଇଁ ବିଜେପି ବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହୋଇଛି। ତେବେ ପରବର୍ତ୍ତୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ନଡ୍ଡା ଦୃଢୋକ୍ତି ପ୍ରକାଶ କରିଛନ୍ତି। ମହାରାଷ୍ଟ୍ରରେ ଆଗାମୀ ନିର୍ବାଚନ ବିଜେପି ବନାମ ଅନ୍ୟ ସମସ୍ତ ଦଳଙ୍କ ମଧ୍ୟରେ ହେବ ଏବଂ ଏଥିରେ ବିଜେପି ବାଜିମାତ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe