ଲୋକସଭାରେ ମହାରାଷ୍ଟ୍ର ତାତି

Advertisment
ଜାତୀୟ ମେଡିକାଲ କମିସନ ବିଲ ଲୋକସଭାରେ ଆଗତ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବ୍ୟାପିଥିବା ହିଂସାକୁ ନେଇ ଆଜି ଲୋକସଭା ସ୍ଥିତି ସରଗରମ ରହିଥିଲା। କଂଗ୍ରେସ ପକ୍ଷରୁ ମଲ୍ଲିକାର୍ଜୁନ ଖାଡ଼ଗେ ଏହି ପ୍ରସଙ୍ଗରେ ବିରୋଧୀ ଦଳର ନେତୃତ୍ୱ ନେଇ ବିଜେପି ଓ ଆର୍‌୍‌ଏସ୍‌ଏସ୍‌୍‌କୁ କଡ଼ା ସମାଲୋଚନା କରିଥିବା ବେଳେ ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଏହାର ଜବାବ ଦେଇଥିଲେ। କଂଗ୍ରେସ ନେତା ଖାଡ଼ଗେ କହିଥିଲେ ଯେ ଏହି ପୂରା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଗୃହରେ ଜବାବ ଦେବା ଆବଶ୍ୟକ। ମହାରାଷ୍ଟ୍ର ହିଂସାର ନିଆଁରେ ଜଳୁଥିବା ବେଳେ ସରକାରଙ୍କ ପକ୍ଷରୁ ଏହାକୁ ରୋକିବା ଦିଗରେ କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଇନାହିଁ। ବିଜେପି ଏବଂ ଆର୍‌ଏସ୍‌ଏସ୍‌ର ଷଡ଼ଯନ୍ତ୍ର ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଜାତିକୁ ନେଇ ଲଢ଼େଇ କରାଇବା, ଲୋକଙ୍କୁ ଉସୁକାଇ ସମାଜରେ ବିଭାଜନ ସୃଷ୍ଟିି କରିବା କାମ ହିନ୍ଦୁତ୍ୱବାଦୀ ଶକ୍ତି କରୁଛି ବୋଲି ସେ କହିଥିଲେ। ଏହି ମାମଲାର ଯାଞ୍ଚ ସୁପ୍ରିମ୍‌ କୋର୍ଟଙ୍କ ଜଣେ ବିଚାରପତିଙ୍କ ଦ୍ୱାରା କରାଇବାକ ଖାଡ଼ଗେ ଦାବି କରିଥିଲେ। ପ୍ରଧାନମନ୍ତ୍ରୀ ଏହି ମାମଲାରେ ମୌନ ରହିବା ଦୁର୍ଭାଗ୍ୟଜନକ ଏବଂ ସେ ଏହି ମାମଲାରେ ଜବାବ ରଖିବା ଜରୁରୀ ବୋଲି ସେ କହିଥିଲେ।

କଂଗ୍ରେସର ଅଭିଯୋଗର ଜବାବରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଥିଲେ ଯେ ମହାରାଷ୍ଟ୍ରରେ ବ୍ୟାପିଥିବା ହିଂସା ସମସ୍ତଙ୍କ ପାଇଁ ପୀଡ଼ାଦାୟକ ହୋଇଛି । କଂଗ୍ରେସ ଦଳ ନିଆଁ ଲିଭାଇବା ପରିବର୍ତ୍ତେ ନିଆଁରେ ଘିଅ ଢ଼ାଳିବା କାମ କରୁଛି । ରାହୁଲ ଗାନ୍ଧୀ ଏବଂ ଖାଡ଼ଗେଙ୍କ ଭଳି ନେତା ହିଂସାକୁ ଉସୁକାଉଛନ୍ତି ଏବଂ ଏହାକୁ ଦେଶ ବରଦାସ୍ତ କରିବ ନାହିଁ ବୋଲି ଅନନ୍ତ କୁମାର କହିଛନ୍ତି। କଂଗ୍ରେସ ଦଳର ଦେଶରେ ବ୍ୟାପକ ହିଂସା ମାଧ୍ୟମରେ ବିଭାଜନର ରେଖା ଟାଣୁଛି ଏବଂ ସାଂପ୍ରତିକ ସମୟରେ କଂଗ୍ରେସର ଏହି ଯୋଜନା ଫଳବତୀ ହେବନାହିଁ ବୋଲି ସେ କହିଥିଲେ। ମହାରାଷ୍ଟ୍ର ହିଂସାକୁ ନେଇ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟମାନେ ମୁହାଁମୁହିଁ ହୋଇଥିବା ବେଳେ ହିଂସା ନିୟନ୍ତ୍ରଣ ପାଇଁ ସରକାର ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଗୃହରେ ସ୍ପଷ୍ଟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe