ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ କରିବାର କୌଣସି ଆବଶ୍ୟକତା ନାହିଁ: ମହାରାଷ୍ଟ୍ର ଗୃହମନ୍ତ୍ରୀ

Advertisment
ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ କରିବାର କୌଣସି ଆବଶ୍ୟକତା ନାହିଁ: ମହାରାଷ୍ଟ୍ର ଗୃହମନ୍ତ୍ରୀ

oneindia

ମୁମ୍ବାଇ: ଜୁନ୍ ୧୪ରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ଦେହାନ୍ତ ଖବର ସମଗ୍ର ଦେଶକୁ ଚକିତ କରି ଦେଇଥିଲା। ବାନ୍ଦ୍ରାସ୍ଥିତ ତାଙ୍କ ଘରୁସୁଶାନ୍ତଙ୍କ ମୃତଦେହ ମିଳିଥିଲା। ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପ୍ରଶଂସକମାନେ ଦାବି କରିଆସୁଥିବା ବେଳେ ସିବିଆଇ ତଦନ୍ତ ପ‌ାଇଁ ମଧ୍ୟ ଦାବି କରୁଛନ୍ତି। ବିଭିନ୍ନ ବରିଷ୍ଠ ରାଜନେତାମାନେ ସିବିଆଇ ତଦନ୍ତ ପାଇଁ ଦାବି କରିଥିବା ବେଳେ ଗତକାଲି ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପ୍ରେମିକା ରେହା ଚକ୍ରବର୍ତ୍ତୀ ମଧ୍ୟ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ। ‌ସୁଶାନ୍ତ ଆତ୍ମହତ୍ୟା କରିପାରିବେ ନାହିଁ ଏବଂ କେଉଁ ଚାପ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କଲା ତାହା ଜାଣିବା ପାଇଁ ରେହା ସିବିଆଇ ତଦନ୍ତ ଚାହୁଁଥିବା କହିଥିଲେ। ବର୍ତ୍ତମାନ ଏହି ମାମଲାରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ନିଜର ପ୍ରତିକ୍ରିୟା ରଖିଛନ୍ତି।

एक महीने से फैंस कर रहे सीबीआई जांच की मांग oneindia

ସୂଚନାନୁସାରେ, ମହାରାଷ୍ଟ୍ର ଗୃହମନ୍ତ୍ରୀ ଏହି ମାମଲାରେ ସିବିଆଇ ତଦନ୍ତକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ମାମଲାରେ ଅନିଲ ଦେଶମୁଖ କହିଛନ୍ତି ଯେ, ସିବିଆଇ ତଦନ୍ତର କୌଣସି ଆବଶ୍ୟକତା ନାହିଁ, ମୁମ୍ବାଇ ପୁଲିସ ଏହି ଘଟଣାର ତଦନ୍ତ କରିବାରେ ସକ୍ଷମ। ତାଙ୍କର ଏଭଳି ପ୍ରତିକ୍ରିୟା ପରେ ସୁଶାନ୍ତ ପ୍ରଶଂସକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe