ମହାରାଷ୍ଟ୍ର: ଆୟକର ବିଭାଗର ଚଢ଼ଉ, ନଗଦ ୫୮ କୋଟି ଓ ୩୨ କେଜି ସୁନା ଜବତ

Advertisment
ମହାରାଷ୍ଟ୍ର: ଆୟକର ବିଭାଗର ଚଢ଼ଉ, ନଗଦ ୫୮ କୋଟି ଓ ୩୨ କେଜି ସୁନା ଜବତ

OpIndia

ମୁମ୍ବାଇ : କଳାଧନ ଉପରେ ଆୟକର ବିଭାଗ ଅଗଷ୍ଟ ପ୍ରଥମ ସପ୍ତାହରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରି ଦେଇଥିବା ବେଳେ ଆୟକର ବିଭାଗର ନାସିକ ଶାଖା ପକ୍ଷରୁ ଜାଲ୍‌ନା ଓ ଔରଙ୍ଗାବାଦ ସହରରେ କପଡ଼ା ବ୍ୟବସାୟୀ, ରିଅଲ ଇଷ୍ଟେଟ ମାଲିକ ଏବଂ ଇସ୍ପାତ କମ୍ପାନି ଉପରେ ବଡ଼ ଧରଣର ଚଢ଼ଉ କରିଛି।

ଚଳିତମାସ ୧ ତାରିଖରୁ ୮ ତାରିଖ ମଧ୍ୟରେ ହୋଇଥିବା ଏହି ଚଢ଼ଉରେ ମୋଟ ୩୯୦ କୋଟି ଟଙ୍କାର ସଂପତ୍ତି ଜବତ ହୋଇଛି। ଏଥିରେ ନଗଦ ୫୮ କୋଟି ଟଙ୍କା ସହିତ ୩୨ କେଜି ସୁନା ଜବତ ହୋଇଛି। ଜବତ ଟଙ୍କାକୁ ଆୟକର ବିଭାଗର ଅଧିକାରୀମାନେ ନିକଟସ୍ଥ ବ୍ୟାଙ୍କକୁ ନେଇ ଗଣିଥିଲେ। ଏହି ଟଙ୍କା ସକାଳ ୧୧ଟାରୁ ଗଣା ଆରମ୍ଭ ହୋଇ ରାତି ୧ଟାରେ ସରିଥିଲା। ଟଙ୍କା ଗଣିବା ପାଇଁ ପ୍ରାୟ ୧୩ ଘଣ୍ଟା ସମୟ ଲାଗିଥିଲା। ଆୟକର ବିଭାଗର ୨୬୦ ଜଣ ଅଧିକାରୀ ଓ କର୍ମଚାରୀ ୫ଟି ଟିମ୍‌ରେ ବିଭକ୍ତ ହୋଇ ଉକ୍ତ ଚଢ଼ଉ କରିଥିଲେ। କଳାଟଙ୍କା ରଖିଥିବା ବ୍ୟକ୍ତିଙ୍କୁ ଚକ୍‌ମା ଦେବା ପାଇଁ ଆୟକର ବିଭାଗର ଅଧିକାରୀମାନେ ଚଢ଼ଉ ବେଳେ ବ୍ୟବହାର କରିଥିବା ଗାଡ଼ିଗୁଡ଼ିକରେ ବାହାଘର ବ୍ୟାନର ମାରିଥିଲେ।

ଆୟକର କର୍ମଚାରୀମାନେ ନିଜକୁ ବରଯାତ୍ରୀର ପରିଚୟ ଦେଇ ୧୨୦ଟି କାର୍‌ରେ ଆସି ଏହି ଚଢ଼ାଉ କରିଥିଲେ। ସେମାନେ ଆସିଥିବା କାର୍‌ରେ ‘ଦୁଲ୍‌ହନ ହମ୍‌ ଲେ ଯାଏଗେଁ’ ଷ୍ଟିକର୍‌ ଲଗାଥିଲା। ଅଗଷ୍ଟ ୧ ତାରିଖରୁ ଆୟକର ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe