ମୁମ୍ବାଇ/ରାଞ୍ଚି: ଦେଶର ରାଜନୀତିରେ ସାଧାରଣତଃ ପୁଅ ଓ ଝିଅମାନେ ନିଜ ପିତାଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ପରିଗଣିତ ହୋଇ ଦଳକୁ ଆଗକୁ ନେବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ଏଥର ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ଏପରି ୩ ପୁଅ ଏବଂ ଝିଅ ଅଛନ୍ତି ଯେଉଁମାନେ ନିଜ ପିତାଙ୍କୁ ପରାସ୍ତ କରିବାକୁ ମଇଦାନକୁ ଓହ୍ଲାଇଛନ୍ତି। ସେମାନେ ନିଜ ପିତାଙ୍କୁ ପରାସ୍ତ କରି ରାଜନୈତିକ ପ୍ରାଧାନ୍ୟ ବଜାୟ ରଖିବାକୁ ଚାହୁଁଛନ୍ତି।

Advertisment

ଝାଡ଼ଖଣ୍ଡରେ  ଦୁଇଟି ଆସନରେ ଏଭଳି ସ୍ଥିତି ରହିଥିବାବେଳେ ମହାରାଷ୍ଟ୍ରରେ ଗୋଟିଏ ଆସନରେ ରୋଚକ ସ୍ଥିତି ରହିଛି।

ମହାରାଷ୍ଟ୍ରର ଗାଡଚିରୋଲି ଜିଲ୍ଲାରେ ଆହେରି  ବିଧାନସଭା ଆସନ ଅଛି। ୨୦୧୯ରେ, ଏନସିପିର ଅତ୍ରମ ଧର୍ମତରାୱ ଏହି ଆସନରୁ ନିର୍ବାଚନରେ ​​ବିଜୟୀ ହୋଇ ବିଧାନସଭାରେ ପହଞ୍ଚିଥିଲେ। ଅତ୍ରମଙ୍କୁ ଏହି ଅଞ୍ଚଳର ଜଣେ ଭେଟେରାନ୍ ନେତା ଭାବରେ ବିବେଚନା କରାଯାଏ । ୨୦୨୩ରେ ଯେତେବେଳେ ଏନସିପିରେ ବିଦ୍ରୋହ ହୋଇଥିଲା, ସେତେବେଳେ ଅତ୍ରମ ଅଜିତ ପାୱାରଙ୍କ ସହ ଦଳ ଛାଡିଥିଲେ।

ଅଜିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସରକାରରେ ଅତ୍ରମଙ୍କୁ କ୍ୟାବିନେଟ ମନ୍ତ୍ରୀ କରିଥିଲେ। ଅତ୍ରମଙ୍କ ବିଦ୍ରୋହ ଶରଦ ପାୱାରଙ୍କୁ ଅସନ୍ତୁଷ୍ଟ କରିଥିଲା। ଅତ୍ରମକୁ କୋଣଠେସା କରିବା ପାଇଁ ଶରଦ ତାଙ୍କ ଝିଅଙ୍କୁ ଦଳରେ ସାମିଲ କରିଥିଲେ। 

ଅତ୍ରମଙ୍କ ଝିଅ ଭାଗ୍ୟଶ୍ରୀ ବର୍ତ୍ତମାନ ଶରଦ ଦଳ ପକ୍ଷରୁ ଆହେରିରେ ଲଢୁଛନ୍ତି। ୩୧ ବର୍ଷୀୟ ଭାଗ୍ୟଶ୍ରୀ ପୁଣେ ବିଦ୍ୟାପୀଠରୁ ସ୍ନାତକ ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି। ଭାଗ୍ୟଶ୍ରୀଙ୍କ ବୃତ୍ତି ହେଉଛି ବ୍ୟବସାୟ ଏବଂ ତାଙ୍କର ମୋଟ ସମ୍ପତ୍ତି ପରିମାଣ ୭୨ ଲକ୍ଷ ଟଙ୍କା ରହିଛି।

ମଥୁରା ମହାତୋ ଝାଡଖଣ୍ଡର ଟୁଣ୍ଡି ବିଧାନସଭାର ବିଧାୟକ। ୨୦୧୯ରେ, ମଥୁରା ଜେଏମ୍ଏମ୍ ପ୍ରାର୍ଥୀଭାବେ ଜିତିଥିଲେ। ମଥୁରାଙ୍କୁ ଜେଏମଏମ୍‌ର ବଡ଼ ନେତାଙ୍କ ମଧ୍ୟରେ ଗଣାଯାଏ । ସେ ଲୋକସଭା ନିର୍ବାଚନରେ ​​ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି।

ଏଥର ଜେଏମ୍ଏମ୍ ପୁଣିଥରେ ଟୁଣ୍ଡିରୁ ତାଙ୍କୁ ପ୍ରାର୍ଥୀ କରିଛି। କିନ୍ତୁ ଏଥର ତାଙ୍କ ପୁଅ ଦୀନେଶ ମହାତୋ ହିଁ ତାଙ୍କ ଚିନ୍ତା ବଢ଼ାଉଛନ୍ତି। ଦୀନେଶ ଏହିଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। କୁହାଯାଉଛି  ମଥୁରା ଚାହୁଁଥିଲେ   ଟୁଣ୍ଡିରୁ ଦୀନେଶ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ। କିନ୍ତୁ ଜେଏମ୍ଏମ୍ ହାଇକମାଣ୍ଡ ଏହାକୁ ଗ୍ରହଣ କରି ନ ଥିଲେ।

କୁର୍ମି ପ୍ରାଧାନ୍ୟ ଟୁଣ୍ଡି ଆସନକୁ ମଥୁରାଙ୍କ ଗଡ଼ କୁହାଯାଏ। ତେବେ କୁହାଯାଉଛି ଯେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଦୀନେଶଙ୍କୁ ଟୁଣ୍ଡିରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ଚାପ ପକାଉଛି। ନଭେମ୍ବର ୪ ସୁଦ୍ଧା ଏଠାରେ ଥିବା ସମୀକରଣ ସ୍ପଷ୍ଟ ହୋଇଯିବ।

ବାପା ଏବଂ ପୁଅଙ୍କ ମଧ୍ୟରେ ଲଢ଼େଇ ଝାଡଖଣ୍ଡର ଝରିଆ ସିଟରେ ହେଉଛି। ଏଠାରେ ନବ ଗଠିତ ଦଳ ଜେଏଲକେଏମର ପ୍ରାର୍ଥୀ ଭାବରେ ରୁସ୍ତମ୍ ଅନସାରୀ ବିବାଦରେ ଅଛନ୍ତି। ରୁସ୍ତମ ଏହି ଆସନରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିସାରିଛନ୍ତି। ୨୦୧୪ରେ ରୁସ୍ତମ୍ ଏହି ଆସନରୁ ୧୮ହଜାରରୁ ଅଧିକ ଭୋଟ୍ ପାଇଥିଲେ।

ଏଥର ରୁସ୍ତମଙ୍କ ବିରୋଧରେ ତାଙ୍କ ପୁଅଝରିଆ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ରୁସ୍ତମଙ୍କ ପୁଅ ସଦ୍ଦାମ ହୁସେନ୍‌ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଝରିଆ କୋଲନଗରୀ ଭାବରେ ଜଣାଶୁଣା ଏବଂ ଏଠାରେ ଶ୍ରମିକମାନଙ୍କ ସହିତ ମୁସଲମାନଙ୍କ ଜନସଂଖ୍ୟା ମଧ୍ୟ ଏକ୍ସ ଫ୍ୟାକ୍ଟର୍ ରହିଛି।

ଅଧିକ ପଢ଼ନ୍ତୁ:

ବାଂଲାଦେଶରେ ୩୦ ହଜାର ହିନ୍ଦୁଙ୍କ ବିରୋଧ ପ୍ରଦର୍ଶନ: ସୁରକ୍ଷା ଦାବି କଲେ

ଏଥର ଝରିଆ ବିଧାନସଭାରେ ମୁଖ୍ୟ ଲଢ଼େଇ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ହେଉଛି। କଂଗ୍ରେସକୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଏବଂ ବିଜେପିକୁ ଏଜେଜେର ସମର୍ଥନ ରହିଛି। ଏହା ବ୍ୟତୀତ ଅନେକ ଦଳ ମଧ୍ୟ ଉଭୟ ମିଳିତ ମଞ୍ଚରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ, ଝାଡଖଣ୍ଡର ୮୧ଟି ବିଧାନସଭା ଆସନ ଏବଂ ମହାରାଷ୍ଟ୍ରର ୨୮୮ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଦୁଇଟି ପର୍ଯ୍ୟାୟରେ ଝାଡଖଣ୍ଡରେ ନିର୍ବାଚନ ଅନୁଷ୍ଠିତ ହେବ। ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ।

ଅଧିକ ପଢ଼ନ୍ତୁ:

ଆତଙ୍କବାଦୀ ଆକ୍ରମଣ ପଛରେ ଗୁପ୍ତଚର ଏଜେନ୍ସି: ଫାରୁକ୍ ଅବଦୁଲ୍ଲା