ମହାରାଷ୍ଟ୍ର, ଝାଡ଼ଖଣ୍ଡ ନିର୍ବାଚନ ଫଳ ଆଜି

Advertisment

ଆସନ୍ତାକାଲି (ଶନିବାର) ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳ ଆସିବ। ମହାରାଷ୍ଟ୍ରରେ ୨୮୮ ଏବଂ ଝାଡ଼ଖଣ୍ଡରେ ୮୧ ବିଧାନସଭା ଆସନରେ ଆସନ୍ତାକାଲି ଭୋଟ୍‌ ଗଣତି ହେବ। ଏଥିସହ ୧୫ ରାଜ୍ୟରେ ୪୮ ବିଧାନସଭା ଆସନ ଏବଂ ୨ ଲୋକସଭା ଆସନରେ ମଧ୍ୟ ଉପନିର୍ବାଚନ ଫଳ ମଧ୍ୟ ଆସନ୍ତାକାଲି ଆସିବ।

ଆସନ୍ତାକାଲି (ଶନିବାର) ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳ ଆସିବ। ମହାରାଷ୍ଟ୍ରରେ ୨୮୮ ଏବଂ ଝାଡ଼ଖଣ୍ଡରେ ୮୧ ବିଧାନସଭା ଆସନରେ ଆସନ୍ତାକାଲି ଭୋଟ୍‌ ଗଣତି ହେବ। ଏଥିସହ ୧୫ ରାଜ୍ୟରେ ୪୮ ବିଧାନସଭା ଆସନ ଏବଂ ୨ ଲୋକସଭା ଆସନରେ ମଧ୍ୟ ଉପନିର୍ବାଚନ ଫଳ ମଧ୍ୟ ଆସନ୍ତାକାଲି ଆସିବ।

ଦିନକ ପରେ ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଭୋଟ୍‌; ୨୧୭ ପ୍ରାର୍ଥୀଙ୍କ ଛାତି ଧଡ୍‌ ଧଡ୍‌ !

ମୁମ୍ବାଇ: ଆସନ୍ତାକାଲି (ଶନିବାର) ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳ ଆସିବ। ମହାରାଷ୍ଟ୍ରରେ ୨୮୮ ଏବଂ ଝାଡ଼ଖଣ୍ଡରେ ୮୧ ବିଧାନସଭା ଆସନରେ ଆସନ୍ତାକାଲି ଭୋଟ୍‌ ଗଣତି ହେବ। ଏଥିସହ ୧୫ ରାଜ୍ୟରେ ୪୮ ବିଧାନସଭା ଆସନ ଏବଂ ୨ ଲୋକସଭା ଆସନରେ ମଧ୍ୟ ଉପନିର୍ବାଚନ ଫଳ ମଧ୍ୟ ଆସନ୍ତାକାଲି ଆସିବ। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ୍‌ ବାଲଟ୍‌ ଗଣତି ହେବ ଏବଂ ଏହାପରେ ସମସ୍ତ ଗଣତି କେନ୍ଦ୍ରଗୁଡ଼ିକରେ ସକାଳ ପ୍ରାୟ ୮.୩୦ ସମୟରେ ଇଭିଏମ୍‌ ଖୋଲାଯିବ। ନିର୍ବ‌ାଚନ କମିସନଙ୍କ ସରକାରୀ ୱେବସାଇଟ୍‌ https://results.eci.gov.in ‌ରେ ନିର୍ବାଚନ ଫଳର ଅପଡେଟ୍‌ ଉପଲବ୍ଧ ହେବ।

ମହାରାଷ୍ଟ୍ରରେ ମହାୟୁତି ଏବଂ ବିରୋଧୀ ଏମ୍‌ଭିଏ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। କିନ୍ତୁ ୯ଟି ବୁଥ୍‌ ବାହୁଡ଼ା ମତ ଅନୁଯାୟୀ ମହାରାଷ୍ଟ୍ରରେ ମହାୟୁତିର ବିଜୟ ହେବ। ମହାୟୁତି ପାଇଁ ୧୧୮-୧୭୫ ଆସନ ଆକଳନ କରାଯାଇଥିବା ବେଳେ ଏମ୍‌ଭିଏ ପାଇଁ ୬୯ ଆସନ ଆକଳନ କରାଯାଇଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୩ଟି ସର୍ଭେର ଆକଳନ ଅନୁଯାୟୀ କାହାକୁ ସ୍ପଷ୍ଟ ବହୁମତ ମିଳିବନାହିଁ। ଅନ୍ୟପକ୍ଷେ ଝାଡ଼ଖଣ୍ଡରେ ୮୧ ବିଧାନସଭା ଆସନ ପାଇଁ ଏନ୍‌ଡିଏ ଏବଂ ଇଣ୍ଡି ମେଣ୍ଟ୍‌ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଶାସକ ଦଳ ଜେଏମଏମ୍‌ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ଏବଂ ଇଣ୍ଡି ମେଣ୍ଟ କ୍ଷମତା ଦଖଲ ପାଇଁ ଚେଷ୍ଟା କରୁଥିବା ବେଳେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ ଏହାକୁ କଡ଼ା ଟକ୍କର ଦେଇଛି। ଝାଡ଼ଖଣ୍ଡରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ, ‌ଜେଏମ୍‌ଏମ୍‌ର ରବୀନ୍ଦ୍ର ନାଥ ମାହ‌ତୋ ଏବଂ ବିଜେପିର ବାବୁଲାଲ୍‌ ମାରାଣ୍ଡି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe