ଦଳକୁ ଶକ୍ତିଶାଳୀ କରିବା‌ରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବିଜେପି ବିଧାୟକଙ୍କ ପର‌ଲୋକ: ପ୍ରଧାନମନ୍ତ୍ରୀ

Advertisment
ଦଳକୁ ଶକ୍ତିଶାଳୀ କରିବା‌ରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବିଜେପି ବିଧାୟକଙ୍କ ପର‌ଲୋକ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର କାରଞ୍ଜାର ବିଜେପି ବିଧାୟକ ରାଜେନ୍ଦ୍ର ପାଟନିଙ୍କ ପରଲୋକ ହୋଇଛି। ରାଜେନ୍ଦ୍ରଙ୍କ ମୃତ୍ୟୁ ଖବର ପାଇବା ପରେ ମହାରାଷ୍ଟ୍ରର ଡେପୁଟି ସିଏମ ଦେବେନ୍ଦ୍ର ଫଡର୍ଣ୍ଣାବିସ ଶୋକବ୍ୟକ୍ତ କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ ବି ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ 'ଏକ୍ସ'ରେ ଲେଖିଛନ୍ତି, 'ମହାରାଷ୍ଟ୍ର ବିଧାନସଭାରେ ବିଜେପି ବିଧାୟକ ରାଜେନ୍ଦ୍ର ପାଟନିଙ୍କ ପରଲୋକ ହୋଇଛି। ସେ ଅନେକ ସାମୁଦାୟିକ ସେବାରେ ଆଗରେ ଥିଲେ। ଲୋକଙ୍କ ପାଇଁ ପ୍ରଭାବୀ ସ୍ବର ଥି‌ଲେ। ଦଳକୁ ଶକ୍ତିଶାଳୀ କରିବାରେ ତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା।’

ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି, ୱାଶିମ୍ ଜିଲ୍ଲାର କାରଞ୍ଜା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ରାଜେନ୍ଦ୍ର ପାଟନିଙ୍କ ଦେହାନ୍ତ ହୋଇଛି। ପାଶ୍ଚାତ୍ୟ ବିଦର୍ଭର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେ କଠିନ ଚେଷ୍ଟା କରୁଥିଲେ। ଜଳସେଚନ ସମସ୍ୟାର ସମାଧାନ କରାଯାଉ ବୋଲି ସେ କହିଥିଲେ। ତାଙ୍କ ଦେହାନ୍ତରେ ୱାଶିମ୍ ଜିଲ୍ଲା ଜଣେ ଦକ୍ଷ ନେତାଙ୍କୁ ହରାଇଛି। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଏହି ଦୁଃଖ ସହିବାକୁ ପାଟନି ପରିବାର ସଦସ୍ୟଙ୍କୁ ଶକ୍ତି ଦିଅନ୍ତୁ ।’

ରାଜେନ୍ଦ୍ର ପାଟନି କିଏ?

ପ୍ରଥମେ ରାଜେନ୍ଦ୍ର ପାଟନି ଶିବସେନାରୁ ନିର୍ବାଚିତ ହୋଇଥିଲେ। ଶିବସେନା ଟିକେଟରେ ନିର୍ବାଚିତ ରାଜେନ୍ଦ୍ର ପାଟନି ପରେ 'ମୋଦୀ ଲହର' ସମୟରେ ବିଜେପିରେ ଯୋଗ ଦେଇଥିଲେ ଏବଂ ୱାଶିମ୍ ଜିଲ୍ଲା ସଭାପତି ଭାବରେ କାର୍ଯ୍ୟ କରୁଥିବାବେଳେ ବିଧାୟକ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe