କାହିଁକି ଉଡ଼ି ଉଡ଼ି ପରୀକ୍ଷା କେନ୍ଦ୍ରକୁ ଗଲେ ଛାତ୍ର ?

Advertisment

ମହାରାଷ୍ଟ୍ରର କୋଲହାପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ରାସ୍ତା ଜାମ୍ ଥିବାରୁ ଜଣେ ଛାତ୍ର ଉଡ଼ି ଉଡ଼ି ପରୀକ୍ଷା କେନ୍ଦ୍ରକୁ ଯାଇଥିବା ସାମ୍ନାକୁ ଆସିଛି। ପ୍ରଥମ ବର୍ଷ ବି.କମ୍.ର ଛାତ୍ର ସମର୍ଥ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ଏଭଳି କରିଥିବା ଜଣାପଡ଼ିଛି।

ମହାରାଷ୍ଟ୍ରର କୋଲହାପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ରାସ୍ତା ଜାମ୍ ଥିବାରୁ ଜଣେ ଛାତ୍ର ଉଡ଼ି ଉଡ଼ି ପରୀକ୍ଷା କେନ୍ଦ୍ରକୁ ଯାଇଥିବା ସାମ୍ନାକୁ ଆସିଛି। ପ୍ରଥମ ବର୍ଷ ବି.କମ୍.ର ଛାତ୍ର ସମର୍ଥ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ଏଭଳି କରିଥିବା ଜଣାପଡ଼ିଛି।

tparaglid

କୋଲହାପୁର: ମହାରାଷ୍ଟ୍ରର କୋଲହାପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ରାସ୍ତା ଜାମ୍ ଥିବାରୁ ଜଣେ ଛାତ୍ର ଉଡ଼ି ଉଡ଼ି ପରୀକ୍ଷା କେନ୍ଦ୍ରକୁ ଯାଇଥିବା ସାମ୍ନାକୁ ଆସିଛି। ପ୍ରଥମ ବର୍ଷ ବି.କମ୍.ର ଛାତ୍ର ସମର୍ଥ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ଏଭଳି କରିଥିବା ଜଣାପଡ଼ିଛି। ରାସ୍ତାରେ ନଯାଇ ସେ ପାରାଗ୍ଲାଇଡିଂର ସାହାଯ୍ୟ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି।

ସୂଚନା ମୁତାବକ, ସମର୍ଥ ପଞ୍ଚଗନିରେ ଆଖୁ ରସ ବିକ୍ରେତା ଭାବରେ କାମ କରନ୍ତି। ଦୋକାନ ଚଳାଉଥିବାରୁ ‌ସେ ନିଜ ପରୀକ୍ଷା କଥା ଭୁଲିଯାଇଥିଲେ। ଯେତେବେଳେ ତାଙ୍କ ସାଙ୍ଗମାନେ ତାଙ୍କୁ ଫୋନ୍ କରି ପରୀକ୍ଷା ବିଷୟରେ ପଚାରିଥିଲେ, ସେତେ‌ବେଳେ ତାଙ୍କର ପରୀକ୍ଷା ଥିବା ମନେ ପଡ଼ିଥିଲା। କମ ସମୟ ଥିବାରୁ ସେ କିଭଳି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ସେନେଇ ଚିନ୍ତାରେ ପଡ଼ିଥିଲେ। ରାସ୍ତାରେ ପ୍ରବଳ ଟ୍ରାଫିକ୍ ଥିବାରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପ୍ରାୟ ଅସମ୍ଭବ ଥିଲା। ଏମଧ୍ୟରେ ତାଙ୍କ ମୁଣ୍ଡକୁ ପାରାଗ୍ଲାଇଡିଂ କଥା ଆସିଥିଲା। 

ଏହା ପରେ ସେ ପାରାଗ୍ଲାଇଡିଂ ପ୍ରଶିକ୍ଷକ ଗୋବିନ୍ଦ ୟେୱାଲେଙ୍କ ପାଖକୁ ଯାଇ କହିଥିଲେ, ଭାଇ; ମୋତେ ତୁମର ସାହାଯ୍ୟ ଦରକାର। ମୋର ୧୦ ମିନିଟ୍ ପରେ ପରୀକ୍ଷା ଅଛି, ଆପଣ ମୋତେ ସେଠାକୁ ନେଇଯିବେ କି?" ପ୍ରଥମେ ଗୋବିନ୍ଦ ଟିକେ ଚିନ୍ତା କରିଥିଲେ ବି ଶେଷ‌ରେ ତାଙ୍କୁ ନେବାକୁ ରାଜି ହୋଇଥିଲେ। ମାତ୍ର ୫ମିନିଟରେ ସମର୍ଥ ପାସରଣୀ ଗାଁରେ ଥିବା ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe