ମହାରାଷ୍ଟ୍ର ଭୂସ୍ଖଳନ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି

Advertisment
ମହାରାଷ୍ଟ୍ର ଭୂସ୍ଖଳନ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି

Deccan Herald

ରାୟଗଡ଼: ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା ଅନ୍ତର୍ଗତ ଇର୍ଶାଲୱାଡ଼ି ଗାଁରେ ଘଟିଥିବା ଭୂସ୍ଖଳନରେ ଶନିବାର ମୃତ୍ୟୁସଂଖ୍ୟା ୨୭ ଛୁଇଁଛି ଏବଂ ତୃତୀୟ ଦିନରେ ନିଖୋଜ ଥିବା ୮୬ ଜଣଙ୍କୁ ଖୋଜିବା କାର୍ଯ୍ୟ ଜାରି ରହିଛି। ମୁମ୍ବାଇଠାରୁ ୮୦ କିମି ଦୂର ଖାଲପୁର ତହସିଲ ଅଧୀନରେ ଏକ ପାହାଡ଼ର ଗଡ଼ା (ସ୍ଲୋପ୍)ରେ ଗାଁଟି ଅବସ୍ଥିତ, ଯେଉଁଠି ବୁଧବାର ରାତିରେ ଭୂସ୍ଖଳନ ଘଟିଥିଲା। ଗୁରୁବାର ସଂଧ୍ୟା ସୁଦ୍ଧା ମୃତ୍ୟୁସଂଖ୍ୟା ୧୬ ଥିବା ବେଳେ ଶନିବାର ତାହା ୨୭କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୯ ଜଣ ପୁରୁଷ, ୪ ଜଣ ପିଲା ଓ ଅବଶିଷ୍ଟ ମହିଳା ଅଛନ୍ତି। ଗୋଟିଏ ପରିବାରର ୯ ଜଣ ସଦସ୍ୟ ଏହି ବିପର୍ଯ୍ୟୟରେ ପ୍ରାଣ ହରାଇଛନ୍ତି। ଏନ୍‌ଡିଆର୍‌ଏଫ୍‌ ଓ ଅନ୍ୟ ସରକାରୀ ସଂସ୍ଥା ପକ୍ଷରୁ ତୃତୀୟ ଦିନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରବଳ ବର୍ଷା ହେତୁ ଶୁକ୍ରବାର ସନ୍ଧ୍ୟାରେ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଉକ୍ତ ପାହାଡ଼ି ଗଡ଼ାରେ ଅବସ୍ଥିତ ୪୮ଟି ଘର ମଧ୍ୟରୁ ୧୭ଟି ଘର ଭୂସ୍ଖଳନରେ ସମ୍ପୂର୍ଣ୍ଣ ବା ଆଂଶିକ ପୋତି ହୋଇପଡ଼ିଛି। ରାୟଗଡ଼ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟାଳୟର ସୂଚନା ଅନୁସାରେ ଗାଁର ୨୨୯ ସଦସ୍ୟଙ୍କ ମଧ୍ୟରୁ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି ଏବଂ ୮୬ ଜଣ କାଦୁଅରେ ପୋତି ହୋଇ ଅଦ୍ୟାବଧି ନିଖୋଜ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe