ମିଥ୍ୟା ମୃତ୍ୟୁ ଖବର ପ୍ରସାର କରିଥିବା ପୁନମ୍‌ ପାଣ୍ଡେଙ୍କ ନାଁରେ ବିହିତ କାର୍ଯ୍ୟାନୁଷ୍ଠାନ ଦାବି କଲେ ମହାରାଷ୍ଟ୍ର ରାଜନେତା

Advertisment
ମିଥ୍ୟା ମୃତ୍ୟୁ ଖବର ପ୍ରସାର କରିଥିବା ପୁନମ୍‌ ପାଣ୍ଡେଙ୍କ ନାଁରେ ବିହିତ କାର୍ଯ୍ୟାନୁଷ୍ଠାନ ଦାବି କଲେ ମହାରାଷ୍ଟ୍ର ରାଜନେତା

Image Courtesy of ETV Bharat

ମୁମ୍ବାଇ: ନିଜ ମୃତ୍ୟୁ ସଂକ୍ରାନ୍ତ ମିଥ୍ୟା ସମ୍ବାଦ ପ୍ରସାର କରିଥିବା କାରଣରୁ ମ‌େଡେଲ୍‌ ତଥା ଅଭିନେତ୍ରୀ ପୁନମ୍‌ ପାଣ୍ଡେଙ୍କ ଉପରେ ମୁମ୍ବାଇ ପୁଲିସ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଶନିବାର ଦିନ ମହାରାଷ୍ଟ୍ର ବିଧାନ ପରିଷଦ୍‌ର ସଦସ୍ୟ ସତ୍ୟଜିତ ତାମ୍ବେ ଦାବି କରିଛନ୍ତି।

ମହାରାଷ୍ଟ୍ର ବିଧାନ ପରିଷଦ୍‌ର ସ୍ବାଧୀନ ସଦସ୍ୟ ତାମ୍ବେ କହିଛନ୍ତି, ନିଜସ୍ବ ପ୍ରଚାର ବା ନାଁ ପାଇଁ ଏଭଳି କାର୍ଯ୍ୟ ବା କୌଶଳ ଅବଲମ୍ବନ କରୁଥିବା ଲୋକମାନଙ୍କ ପାଇଁ ଦୃଷ୍ଟାନ୍ତସ୍ବରୂପ ପାଣ୍ଡେଙ୍କ ନାଁରେ ମାମଲା ରୁଜୁ କରାଯିବା ଉଚିତ।

ସର୍ଭିକାଲ୍‌ କର୍କଟରୋଗରେ ପୁନମଙ୍କର ମୃତ୍ୟୁ ଘଟିଛି ବୋଲି ଖବର ପ୍ରସାରିତ ହେବା ପରେ ଏ ପ୍ରସଙ୍ଗକୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ବିତର୍କ ହୋଇଥିଲା। କିନ୍ତୁ, ଶନିବାର ଦିନ ୩୨ ବର୍ଷୀୟା ପୁନମ ପାଣ୍ଡେ ନିଜେ ଘୋଷଣା କଲେ ଯେ, ସେ ବଞ୍ଚିଛନ୍ତି। କର୍କଟରୋଗ ସମ୍ବନ୍ଧରେ ହୃଦ୍‌ବୋଧ ହେବା ପରି ଜନସଚେତନା ପ୍ରସାର ଲାଗି ସେ ଏଭଳି ମିଥ୍ୟା ଖବର ପ୍ରକାଶ କରିଥିଲେ।

publive-image Image Courtesy of NDTV

‘ଏମ୍‌ଏଲ୍‌ସି’ ବା ବିଧାନ ପରିଷଦ୍‌ ସଦସ୍ୟ ତାମ୍ବେ ଜାରି କରିଥିବା ବିବୃତିରେ କହିଛନ୍ତି, ସେ ବିଭ୍ରାନ୍ତିକର ଖବର ଦେଇଥିବା ଅଥବା  ପ୍ରକାଶ କରିଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ସର୍ଭିକାଲ୍‌ କର୍କଟରୋଗରେ ଜଣେ ପ୍ରଭାବଶାଳୀ ବ୍ୟକ୍ତତ୍ବ ଅଥବା ମଡେଲ୍‌ଙ୍କ ମୃତ୍ୟୁ ସମ୍ବାଦ ଏହି ରୋଗ ସଂକ୍ରାନ୍ତରେ ଜନସଚେତନତା ପ୍ରସାର କରିବାର ଉପାୟ ହୋଇ ନ ପାରେ। ଏ ସମସ୍ତ ଘଟଣା ସର୍ଭିକାଲ୍‌ କର୍କଟରୋଗର ସାଙ୍ଘାତିକତା ଉପରୁ ଜନତାଙ୍କ ଧ୍ୟାନ ହଟାଇ ଉକ୍ତ ପ୍ରଭାବଶାଳୀ ବ୍ୟକ୍ତିତ୍ବଙ୍କ ଆଡ଼କୁ ନେଇଯାଉଛି।

ଜନସଚେତନତା ପ୍ରସାର କରିବା ଅପେକ୍ଷା ଅଭିନେତ୍ରୀଜଣକ କର୍କଟରୋଗ ପୀଡ଼ିତଙ୍କ ସହିତ ମଜାକ୍‌ କରିଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ତାମ୍ବେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe