ମହାରାଷ୍ଟ୍ର ସରକାର ଲାଗୁ କଲେ ସର୍ତ୍ତ : ଆରଟି-ପିସିଆର କରୋନା ପରୀକ୍ଷଣ ରିପୋର୍ଟ ନଥିଲେ ପ୍ରବେଶ ଉପରେ କଟକଣା

Advertisment
୧୫ ଦିନରେ ମୁମ୍ବାଇକୁ ଆସିଛନ୍ତି ୧୦୦୦ ଆଫ୍ରିକୀୟ ଯାତ୍ରୀ, ମାତ୍ର ୧୦୦ ଜଣଙ୍କ ନମୁନା ପରୀକ୍ଷା ହୋଇଛି

ମୁମ୍ବାଇ: ମହାରାଷ୍ଟ୍ର ସରକାର ରାଜ୍ୟକୁ ଆସୁଥିବା ଯାତ୍ରୀଙ୍କ ପାଇଁ ସର୍ତ୍ତ ଜାରି କରିଛନ୍ତି। ଏହି ସର୍ତ୍ତ ଅନୁଯାୟୀ, ସଡ଼କ ପଥ ଦେଇ ଦିଲ୍ଲୀ-ଏନସିଆର, ଗୋଆ, ଗୁଜୁରାଟ ଓ ରାଜସ୍ଥାନରୁ ଆସୁଥିବା ଯାତ୍ରୀଙ୍କୁ ୯୬ଘଣ୍ଟା ପୂର୍ବରୁ ଆରଟି-ପିସିଆର ନେଗେଟିଭ ରିପୋର୍ଟ ସାଥୀରେ ଆଣିବାକୁ ହେବ। ଅନ୍ୟ ରାଜ୍ୟରୁ ସଡ଼କ ପଥ ଦେଇ ଆସୁଥିବା ଲୋକମାନଙ୍କର ତାପମାତ୍ରା ଯାଞ୍ଚ କରାଯିବ। ସେହିପରି ବିମାନରେ ପରୀକ୍ଷା ବିନା ମହାରାଷ୍ଟ୍ର ଯିବାର ଅନୁମତି ନାହିଁ।

ମହାରାଷ୍ଟ୍ର ସରକାର ବିମାନରେ ଆସୁଥିବା ଯାତ୍ରୀଙ୍କ ପାଇଁ କଡ଼ା ନିୟମ ଲାଗୁ କରିଛନ୍ତି। ଏହି ନିୟମ ଅନୁସାରେ, ବିମାନ ଯାତ୍ରା କରୁଥିବା ଯାତ୍ରୀ ମୁମ୍ବାଇରେ ଅବତରଣ କରୁଥିଲେ ସେହି ଯାତ୍ରୀଙ୍କ ପାଖରେ ୭୨ଘଣ୍ଟା ମଧ୍ୟରେ ହୋଇଥିବା ଆରଟି - ପିସିଆର ନେଗେଟିଭ ରିପୋର୍ଟ ଥିବା ଅନିବାର୍ଯ୍ୟ। ଏହି ରିପୋର୍ଟ ବିନା କୌଣସି ଯାତ୍ରୀଙ୍କୁ ଯିବା ଆସିବାର ଅନୁମତି ମିଳିବ ନାହିଁ। ଏଥିସହିତ ରେଳଯାତ୍ରୀଙ୍କ ପାଖରେ ଯଦି ଏହି ରିପୋର୍ଟ ନାହିଁ ତେବେ ସେହି ଯାତ୍ରୀମାନଙ୍କ ସ୍କ୍ରିନିଂ କରାଯାଇ ତାଙ୍କ ତାପମାତ୍ରା ଯାଞ୍ଚ କରାଯିବ।

LIVE: Maharashtra to seek Covid-19 report from NCR, Raj, Guj travellers | Business Standard News

ସରକାରଙ୍କ ନିର୍ଦେଶ ମୁତାବକ, ଯଦି ଯାତ୍ରୀଙ୍କ ପାଖରେ ଏହି ରିପୋର୍ଟ ନାହିଁ ତେବେ ସେ ନିଜ ଖର୍ଚ୍ଚରେ ଏହି ପରୀକ୍ଷା କରିବାକୁ ବାଧ୍ୟ। ପରୀକ୍ଷା ପରେ ଯାଇ ଯାତ୍ରା କରିବାକୁ ଅନୁମତି ଦିଆଯିବ। ସେହିପରି ରିପୋର୍ଟ ଯଦି ପଜିଟିଭ ଆସିବ ତେବେ ଉକ୍ତ ଯାତ୍ରୀଙ୍କ ଚିକିତ୍ସା କରାଯିବ। ଦିଲ୍ଲୀରେ କରୋନା ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ୨୪ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୬୭୪୬ ମାମଲା ଚିହ୍ନଟ ହୋଇଛି। ସେହିପରି ମହାରାଷ୍ଟ୍ରରେ ୫୭୫୩ଜଣ କରୋନା ସଂକ୍ରମିତ ହୋଇଛନ୍ତି।

ଏଥିସହିତ ଦେଶରେ କରୋନା ସଂକ୍ରମଣ ସ୍ଥିତି ବିଗୁଡ଼ୁଥିବା ଦେଖି ସୋମବାର ସୁପ୍ରିମକୋର୍ଟ ସମସ୍ତ ରାଜ୍ୟଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ, ଦୁଇ ଦିନ ମଧ୍ୟରେ କରୋନା ସ୍ଥିତିକୁ ନେଇ ସମସ୍ତ ରାଜ୍ୟ ରିପୋର୍ଟ ଦାଖଲ କରିବେ। କରୋନା ନିୟନ୍ତ୍ରଣ ଲାଗି କି କି ପଦକ୍ଷେପ ନିଆଯାଇଛି ଏବଂ ଆଉ କେଉଁ ପଦକ୍ଷେପ ନେବାକୁ ଯୋଜନା କରାଯାଇଛି ତାହା ଜଣାଇବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। ନଭେମ୍ବରରେ କୋଭିଡ -୧୯ ମାମଲା ବୃଦ୍ଧି ପାଇବା ଓ ଡିସେମ୍ବର ମାସରେ ପରିସ୍ଥିତି ସଙ୍ଗୀନ ହେବା ସଂପର୍କରେ ସୂଚିତ ହେବା ପରେ ଅଦାଲତ ଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟ ଏବଂ ଆସାମ ସରକାରଙ୍କଠାରୁ ସଦ୍ୟତମ ସ୍ଥିତି ସମ୍ଭନ୍ଧରେ ରିପୋର୍ଟ ମାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe