Image Courtesy of NDTV
ନାଗପୁର: ଅନ୍ଲାଇନ୍ ଜୁଆ ଖେଳରେ ୫ କୋଟି ଟଙ୍କା ଜିତିବା ପରେ ନାଗପୁରର ଜଣେ ବ୍ୟବସାୟୀ ପୁଣି ୫୮ କୋଟି ଟଙ୍କା ହରାଇଥିବା କଥା ଶନିବାର ଦିନ ପୁଲିସ କହିଛି।
ବିପୁଳ ପରିମାଣର ଟଙ୍କା ହରାଇଥିବା ବ୍ୟବସାୟୀଜଣକ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରି ପୁଲିସ ନାଗପୁରଠାରୁ ୧୬୦ କିଲୋମିଟର୍ ଦୂରରେ ଅବସ୍ଥିତ ଗୋନ୍ଦିଆ ସହରରେ ଜଣେ ସନ୍ଦିଗ୍ଧ ‘ବୁକି’ ବା ଦଲାଲ୍ଙ୍କ ଘରେ ଚଢ଼ଉ କରି ନଗଦ ୧୪ କୋଟି ଟଙ୍କା ଓ ୪ କିଲୋ ସୁନା ବିସ୍କୁଟ୍ ଜବତ କରିଛି ବୋଲି ଜଣେ ପଦସ୍ଥ ପୁଲିସ ଅଧିକାରୀ କହିଛନ୍ତି।
କିନ୍ତୁ, ପୁଲିସ ଚଢ଼ଉ କରିବା ଆଗରୁ ଅନନ୍ତ ଓରଫ୍ ସୋନ୍ତୁ ନବରତନ ଜୈନ୍ ନାମକ ଅଭିଯୁକ୍ତ ଦଲାଲ୍ ସେଠାରୁ ଖସି ପଳାଇଥିଲେ। ସେ ଦୁବାଇ ପଳାଇଯାଇଥିବା କଥା ପୁଲିସ ସନ୍ଦେହ କରୁଛି।
 Image Courtesy of News18
 Image Courtesy of News18ନାଗପୁର ପୁଲିସ କମିସନର୍ ଅମିତେଶ କୁମାର କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅନ୍ଲାଇନ୍ ଜୁଆ ଖେଳରୁ ବିପୁଳ ଆୟ ହେଉଛି ବୋଲି ଅଭିଯୁକ୍ତ ଦଲାଲ୍ ଜୈନ ଉକ୍ତ ବ୍ୟବସାୟୀଙ୍କୁ ଭଲଭାବେ ବୁଝାଇ ଦେଇଥିଲେ। କିନ୍ତୁ, ପ୍ରଥମେ ପ୍ରଥମେ କୁଣ୍ଠାବୋଧ କରୁଥିଲେ ବି ଶେଷରେ ବ୍ୟବସାୟୀଜଣକ ଜୈନ୍ଙ୍କ କଥାର ପ୍ରଲୋଭନରେ ପଡ଼ି ଜଣେ ହାୱଲା ବ୍ୟବସାୟୀଙ୍କ ମାଧ୍ୟମରେ ୮ ଲକ୍ଷ ଟଙ୍କା ପଠାଇଥିଲେ।
ଅନ୍ଲାଇନ୍ ଜୁଆ ଆକାଉଣ୍ଟ୍ ଖୋଲିବା ଲାଗି ଜୈନ ‘ହ୍ବାଟସ୍ଆପ୍’ରେ ଉକ୍ତ ବ୍ୟବସାୟୀଙ୍କୁ ଗୋଟାଏ ଲିଙ୍କ୍ ଦେଇଥିଲେ। ଆକାଉଣ୍ଟ୍ରେ ୮ ଲକ୍ଷ ଟଙ୍କା ଜମା ହୋଇଥିବା ଦେଖିବା ପରେ ସେ ବ୍ୟବସାୟୀ ଜୁଆ ଖେଳ ଆରମ୍ଭ କରିଥିଲେ ବୋଲି କୁମାର କହିଛନ୍ତି।
କୁମାର ଆହୁରି ମଧ୍ୟ କହିଛନ୍ତି, ପ୍ରଥମେ ପ୍ରଥମେ ସେ ବ୍ୟବସାୟୀଙ୍କର ଭଲ ଲାଭ ହେଲା ସେ ୫ କୋଟି ଟଙ୍କା ଜିଣିଲେ। ଏବଂ ତା’ପରେ ୫୮ କୋଟି ଟଙ୍କା ହରାଇଲେ।
ଏତେ ଗୁଡ଼ିଏ ଟଙ୍କା ହରାଇବାରୁ ତାଙ୍କର ସନ୍ଦେହ ହେଲା। ସେ ହରାଇଥିବା ଟଙ୍କା ଫେରାଇବା ପାଇଁ ଦାବି କରିବାରୁ ଜୈନ ଟଙ୍କା ଦେବାକୁ ମନା କରିଦେଲେ। ତେଣୁ, ନାଗପୁର ବ୍ୟବସାୟୀ ସାଇବର୍ ଥାନାରେ ଅଭିଯୋଗ ଦାଏର କରିବାରୁ ପୁଲିସ ଜୈନ୍ଙ୍କ ଘରେ ଚଢ଼ଉ କଲା।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2023/07/cash-1.jpg)