ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ସ୍ତ୍ରୀ ହେଲେ ଠକେଇର ଶିକାର: ଟଙ୍କା ଦେଇ ଘରକୁ ଆଣିଲେ ନକଲି ରସୁଣ

Advertisment
ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ସ୍ତ୍ରୀ ହେଲେ ଠକେଇର ଶିକାର: ଟଙ୍କା ଦେଇ ଘରକୁ ଆଣିଲେ ନକଲି ରସୁଣ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅକୋଲାରେ ନକଲି ରସୁଣ ବିକ୍ରି କରିବାର ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ସମ୍ପ୍ରତି ରସୁଣ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କିଛି ବ୍ୟବସାୟୀ ସିମେଣ୍ଟ ସହିତ ରାସାୟନିକ ପଦାର୍ଥ ମିଶ୍ରଣ କରି ନକଲି ରସୁଣ ବଜାରରେ ବିକ୍ରି କରୁଛନ୍ତି। ଏହି ନକଲି ରସୁଣକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଅକୋଲା ସହରର ବାଜୋରିଆ ନଗରରେ ରହୁଥିବା ପୁଲିସ ବିଭାଗରୁ ଅବସର ନେଇଥିବା  ସୁଭାଷ ପାଟିଲଙ୍କ ସ୍ତ୍ରୀ ନିକଟରେ ଠକେଇର ଶିକାର ହୋଇଛନ୍ତି। ତାଙ୍କ ସ୍ତ୍ରୀ ଘର ପାଖକୁ ଆସିଥିବା ଜଣେ ପରିବା ବିକାଳିଙ୍କ ଠାରୁ କିଛି ରସୁଣ କିଣିଥି‌ଲେ। ଘରେ ଯାଇ ମସଲା ପ୍ରସ୍ତୁତି କରିବା ପାଇଁ ରସୁଣ ଛଡ଼ାଉଥିବା ବେଳେ ତାହାର ପାଖୁଡ଼ା ବାହାରି ନଥିଲା। ଛୁରୀ ଆଣି କାଟିବାକୁ ଚେଷ୍ଟା କରିଥିଲେ ବି କଟି ନଥିଲା। ଶେଷରେ ସେ ଏକ ହେମଦସ୍ତା ଆଣି ପିଟି ଦେବାରୁ ତାହା ଭାଙ୍ଗି ଯାଇଥିଲା।

ଏନେଇ ନେଇ ସେ ତାଙ୍କ ପୁଲିସ କର୍ମଚାରୀ ସ୍ବାମୀଙ୍କୁ ଜଣାଇବା ପରେ ସେ ନକଲି ରସୁଣ ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe