Image Source: Hindustan Times
ମୁମ୍ବାଇ: ଲକଡାଉନ୍ ସମୟରେ ଖନ୍ଦାଲାରୁ ମହାବଳେଶ୍ବର ଯିବା ନିମନ୍ତେ ଦେୱାନ୍ ହାଉସିଙ୍ଗ୍ ଫାଇନାନ୍ସ କର୍ପୋରେସନ୍ ଲିମିଟେଡର ମାଲିକ, ସେମାନଙ୍କ ପରିବାର ଓ ବନ୍ଧୁବର୍ଗଙ୍କୁ ପାସ୍ ଦେଇଥିବା ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ବାଧ୍ୟତାମୂଳକ ଛୁଟି ଦିଆଯାଇଛି ବୋଲି ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି।
ପାରିବାରିକ ଜରୁରୀ ଦର୍ଶାଇ ସମ୍ପୃକ୍ତ ଅଧିକାରୀ ଅମିତାଭ ଗୁପ୍ତା ୱାଧାୱନଙ୍କୁ ଲକଡାଉନ୍ ନିୟମରୁ ଛାଡ଼ ପାଇବା ନିମନ୍ତେ ପାସ୍ ଜାରି କରିଥିଲେ। ଗୁପ୍ତାଙ୍କ ସ୍ବାକ୍ଷର ଥିବା ଉକ୍ତ ପାସରେ ଲେଖାଯାଇଛି: ଏତଦ୍ଦ୍ବାରା ସୂଚାଇ ଦିଆଯାଉଛି ଯେ ନିମ୍ନଲିଖିତ ବ୍ୟକ୍ତିମାନେ ମୋର ପରିବାର ବନ୍ଧୁ। ପାରିବାରିକ ଜରୁରୀ କାମରେ ସେମାନେ ଖନ୍ଦାଲାରୁ ମହାବେଳେଶ୍ବର ଯାଉଛନ୍ତି।
Image Source: Zee Newsଏଠାରେ ପ୍ରକାଶଯୋଗ୍ୟ କି,ୟେସ୍ ବ୍ୟାଙ୍କ୍ ଠକେଇ ମାମଲାରେ ସିବିଆଇ ୱାଧାୱନ ଭ୍ରାତାଙ୍କ ନାମରେ ଲୁକଆଉଟ୍ ନୋଟିସ ଜାରି କରିଥିଲା। ଏହା ସତ୍ତ୍ବେ ପୁଲିସ ଅଧିକାରୀ ଗୁପ୍ତା ତାଙ୍କୁ ପାସ୍ ଦେଇଥିଲେ। ୱାଧାୱନ ଏବଂ ତାଙ୍କ ପରିବାର ସମେତ ୨୧ଜଣ ସଦସ୍ୟ ୫ଟି କାରରେ ଯାତ୍ରା କରୁଥିଲେ। ଅବଶ୍ୟ ପାସରେ ପାଞ୍ଚଟି କାରର ପୂର୍ଣ୍ଣ ବିବରଣୀ ଥିଲା। ସେଗୁଡ଼ିକର ରେଜିଷ୍ଟ୍ରେସନ୍ ନମ୍ବର ଓ ପ୍ରତ୍ୟେକ କାରରେ ଯାତ୍ରା କରୁଥିବା ବ୍ୟକ୍ତିବିଶେଷଙ୍କ ନାମ ମଧ୍ୟ ସେଥିରେ ଉଲ୍ଲେଖ ଥିଲା। ଜିଲ୍ଲା ସୀମାନ୍ତ ସିଲ୍ ହେବାକୁ ଯାଉଥିବା ବେଳେ ସେମାନଙ୍କୁ ପୁଣେ ଜିଲ୍ଲାରୁ ସତାରା ଜିଲ୍ଲାକୁ ଯାତ୍ରା କରିବାକୁ ଅନୁମତି ଦିଆଯାଇଥିଲା।
ୱାଧାୱନ ଏବଂ ସେମାନଙ୍କ ବନ୍ଧୁମାନେ ମହାବଳେଶ୍ବରସ୍ଥିତ ଦେୱାନ ବଙ୍ଗଳାରେ ପହଞ୍ଚିବା ପରେ ସେଠାକାର ବାସିନ୍ଦାମାନେ ପ୍ରତିବାଦ କରିବାରୁ ବାସ୍ତବ କଥା ଲୋକଲୋଚନକୁ ଆସିଥିଲା। ସେମାନଙ୍କୁ ଭାରତୀୟ ପିଙ୍ଗଳ କୋଡର ଧାରା ୧୮୮ ଅଧୀନରେ ବୁକ୍ କରାଯାଇଛି।
Follow Us