ହଲ ଭିତରେ ସିନେମା ଦେଖୁଥିବା ଦୁର୍ଦ୍ଦାନ୍ତ ଅପରାଧୀକୁ ମାଡ଼ି ବସିଲା ପୁଲିସ

ପୁଷ୍ପା -୨ ଦେଖିବା ପାଇଁ ସିନେମା ହଲରେ ପହଞ୍ଚିଥିବା ଦୁର୍ଦ୍ଦାନ୍ତ ଅପରାଧୀକୁ କାବୁ କଲା ପୁଲିସ। ସିନେମା ଦେଖିବାକୁ ଆସିଥିବା ଦର୍ଶକମାନେ ହୋଇଯାଇଥିଲେ ଭୟଭୀତ। ଭୟ ନକରିବା ପାଇଁ ପୁଲିସ ଦେଲା ଆଶ୍ବସ୍ତି।

୮୭୯୭

ନାଗପୁର: ମହାରାଷ୍ଟ୍ରର ନାଗପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ସିନେମା ହଲରେ ପୁଷ୍ପା-୨ ଚାଲିଥିବା ବେଳେ ପୁଲିସ ଚଢ଼ାଉ ଆରମ୍ଭ କରିଥିଲା। ପୁଲିସର ଚଢ଼ାଉ ଦେଖି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ସିନେମା ହଲ ଭିତରୁ ବାହାରି ଦୌଡ଼ିବାକୁ ଲାଗିଥିଲା। ଏତିକି ବେଳେ ପୁଲିସ ହାବୁଡ଼ରେ ପଡ଼ିଯାଇଥିଲା।

ଅଧିକପଢ଼ନ୍ତୁ:କଷ୍ଟ ସହି ନପାରି ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ପାଇଁ ପ୍ରାର୍ଥନା କରୁଥିଲି

ବିଶେଷ ସୂତ୍ରରୁ ଖବର ପାଇବା ପରେ ପୁଲିସ ହତ୍ୟା ଓ ମାଦକ ପଦାର୍ଥ ଚାଲାଣ କରୁଥିବା ମାମଲାରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଧରିବା ପାଇଁ ପହଞ୍ଚିଥିଲା। ଉକ୍ତ ଅପରାଧୀକୁ ଧରିବା ପାଇଁ ଅନେକ ଦିନ ହେବ ତଦନ୍ତ କରୁଥିଲା ପୁଲିସ କିନ୍ତୁ ତାର କୌଣସି ସୂଚନା ପାଇ ପାରୁ ନଥିଲା।  କାରଣ ସେ ପ୍ରାୟତଃ ଅଣ୍ଡରଗ୍ରାଉଣ୍ଡରେ ରହୁଥିଲା। ନିକଟରେ ସେ ପୁଷ୍ପା-୨ ଦେଖିବା ପାଇଁ ଥିଏଟରରେ ପହଞ୍ଚିଥିଲା। ସିନେମା ଦେଖୁଥିବା ବେଳେ ପୁଲିସ ତାକୁ ମାଡ଼ି ବସିଥିଲା। 

ଏହି ଘଟଣାକୁ ନେଇ ପୁଲିସ କହିଛି,‘ ଦୁର୍ଦ୍ଦାନ୍ତ ଅପରାଧୀ ବିଶାଳ ମେଶ୍ରାମ ସିନେମା ଦେଖିବା ପାଇଁ ଆସିଥିବା ଆମେ ବିଶେଷ ସୂତ୍ରରୁ ଖବର ପାଇଥିଲୁ। ତେଣୁ ତାକୁ ଧରିବା ପାଇଁ ସିନେମା ହଲ ଉପରେ ଚଢ଼ାଉ କରିଥିଲୁ।

ଅଧିକପଢ଼ନ୍ତୁ:ୟୁକ୍ରେନର ରୋବଟ୍ ସେନା ପ୍ରଥମ ଯୁଦ୍ଧ ଜିତିଲା

ଏହି ଚଢ଼ାଉ ସମ୍ପର୍କରେ ସେ ସୂଚନା ପାଇବା ପରେ ସିନେମା ହଲରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ଆମେ ତାକୁ ମାଡ଼ି ବସିଥିଲୁ। ଏହି ଘଟଣାରେ ଦର୍ଶକ ଭୟଭୀତ ହୋଇଯାଇଥିଲେ। ଆମେ ବିଶାଳ ମେଶ୍ରାମକୁ ଗିରଫ କରିବା ପରେ ଦର୍ଶକଙ୍କୁ ଭୟ ନକରି ସିନେମା ଦେଖିବା ପାଇଁ ଆଶ୍ବସ୍ତି ଅନୁଭବ କରାଇ ଥିଲୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe