ଗଣଆକ୍ରମଣ ଘଟାଇଥିବା ୫ ଅଭିଯୁକ୍ତଙ୍କୁ ଚିହ୍ନଟ କଲା ମହାରାଷ୍ଟ୍ର ପୁଲିସ୍‌

Advertisment
ଗଣଆକ୍ରମଣ ଘଟାଇଥିବା ୫ ଅଭିଯୁକ୍ତଙ୍କୁ ଚିହ୍ନଟ କଲା ମହାରାଷ୍ଟ୍ର ପୁଲିସ୍‌

ମୁମ୍ବାଇ: ଡିସେମ୍ବର ୨୩ ତାରିଖ ରବିବାର ଦିନ ହୋଇଥିବା ଗଣ ଆକ୍ରମଣରେ ସଂପୃକ୍ତି ଥିବା ଏକ ଗ୍ରୁପର ୫ ଜଣ ସଦସ୍ୟଙ୍କୁ ମହାରାଷ୍ଟ୍ର ପୁଲିସ୍‌ ଗୁରୁବାର ଚିହ୍ନଟ କରିଛି। ରିପୋର୍ଟ ଜାଣିବାକୁ ମିଳିଛି ଯେ ଉକ୍ତ ଗ୍ରୁପ୍‌ର ୫ ଜଣ ଯାକ ସଦସ୍ୟ ବେଲ୍‌ଗୁମ ଏବଂ କର୍ଣ୍ଣାଟକର ଗ୍ରାମାଞ୍ଚଳ ଅଞ୍ଚଳର। ସିସିଟିଭି ଫୁଟେଜ୍‌ ଜରିଆରେ ମହାରାଷ୍ଟ୍ର ପୁଲିସ୍‌ ସେମାନଙ୍କୁ ଧରିବାରେ ସମର୍ଥ ହୋଇଛି।

କୋଲାପୁରର ପୁଲିସ୍‌ ସୁପରିଟେଣ୍ଡେଣ୍ଟ୍‌ ଅଭିନବ ଦେଶମୁଖ ପିଟିଆଇରେ ଜଣାଇଛନ୍ତି ଯେ, ‘ଆମ ନିକଟରେ ସେମାନଙ୍କର ନାମ ଓ ଠିକଣା ରହିଛି।’ ଏହା ବ୍ୟତୀତ ଏହି ମାମଲାର ତଦନ୍ତ କରିବା ପାଇଁ ପୁଲିସ୍‌ ଅନେକ ଗୁଡ଼ିଏ ଦଳ ଗଠନ କରିଛି। ସେଥିମଧ୍ୟରେ କ୍ରାଇମ୍‌ ବ୍ରାଞ୍ଚ୍‌ ମଧ୍ୟ ରହିଛି।

ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ମହାରାଷ୍ଟ୍ର ପୁଲିସ୍‌ କର୍ଣ୍ଣାଟକ ପୁଲିସ୍‌ର ବି ସହାୟତା ଲୋଡ଼ିଛି। ଏପରି ଅଭାବନୀୟ ଘଟଣା ରବିବାର ଦିନ କୋଲ୍‌ହାପୁର ଜିଲ୍ଲାର ନିଉ ଲାଇଫ୍‌ ଚର୍ଚରେ ଘଟିଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe