ମହାରାଷ୍ଟ୍ର ରାଜନୀତି, ଏବେ ଘୋଡ଼ା ବେପାରକୁ ଡର

Advertisment

‘ଅପରେସନ ଲୋଟସ୍‌’ ଚର୍ଚ୍ଚାରେ ହୋଟେଲ ବଦଳାଇଲା ଏନ୍‌ସିପି

‘ଅପରେସନ ଲୋଟସ୍‌’ ଚର୍ଚ୍ଚାରେ ହୋଟେଲ ବଦଳାଇଲା ଏନ୍‌ସିପି

ମହାରାଷ୍ଟ୍ର ରାଜନୀତି, ଏବେ ଘୋଡ଼ା ବେପାରକୁ ଡର

News Nation

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ହଟଚମଟ ଭିତରେ ଶିବସେନା ଏବଂ ଏନ୍‌ସିପି ନିଜ ବିଧାୟକଙ୍କୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ବିଧାୟକଙ୍କ ମଧ୍ୟରେ ବିଦ୍ରୋହକୁ ରୋକିବା ଏବଂ ସେମାନେ ଯେଭଳି ବିଜେପି ନେତାଙ୍କ ସଂପର୍କରୁ ଦୂ‌ରରେ ରହିବେ ସେଥିନେଇ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଘୋଡ଼ା ବେପାର ଭୟରେ ଶିବସେନା ନିଜ ବିଧାୟକମାନଙ୍କୁ ଏବେ ମୁମ୍ବାଇ ଏୟାରପୋର୍ଟ ନିକଟସ୍ଥ ହୋଟେଲ ଲଳିତରେ ରଖାଇଛି। କଂଗ୍ରେସ ବିଧାୟକମାନେ ମଧ୍ୟ ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ହୋଟେଲରେ ଡେରା ପକାଇଛନ୍ତି। ଆଜି ୫୦ ଏନ୍‌ସିପି ବିଧାୟକଙ୍କୁ ହୋଟେଲ୍‌ ରେନ୍‌ସାରୁ ସ୍ଥାନାନ୍ତର କରି ହୋଟେଲ ହୟାତ୍‌କୁ ନିଆଯାଇଛି। ବିଧାୟକମାନେ ସାଦା ପୋଷାକରେ ଥିବା ପୁଲିସ ଅଧିକାରୀଙ୍କୁ ଠାବ କରିବା ପରେ ଏଭଳି ପଦକ୍ଷେପ ନିଆଯାଇଛି।

ବିଜେପି ଆଜି କଂଗ୍ରେସ, ଏନ୍‌ସିପି ଏବଂ ଶିବସେନା ବିଧାୟକମାନଙ୍କୁ ନିଜ ପଟକୁ ନେବା ପାଇଁ ପ୍ରୟାସ ଆରମ୍ଭ କରିଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। କର୍ଣ୍ଣାଟକ ଭଳି ମହାରାଷ୍ଟ୍ରରେ ମଧ୍ୟ ‘ଅପରେସନ ଲୋଟସ୍‌’ ଆରମ୍ଭ ହୋଇଯାଇଛି ଏବଂ ଏହାର ଦାୟିତ୍ବ ନାରାୟଣ ରାଣେ, ରାଧାକୃଷ୍ଣ ଭିଖେ ପାଟିଲ, ଗଣେଶ ନାୟକ ଏବଂ ବାବନରାଓ ପଚପୁଟେଙ୍କୁ ଦିଆଯାଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏହି ନେତାମାନେ ପୂର୍ବରୁ ଶିବସେନା, କଂଗ୍ରେସ ଏବଂ ଏନ୍‌ସିପିରେ ରହିଥିଲେ ଏବଂ ବିଧାୟକମାନଙ୍କ ସହିତ ସେମାନଙ୍କର ଭଲ ସଂପର୍କ ରହିଛି। ବିଧାନସଭାରେ ଶକ୍ତି ପରୀକ୍ଷା ପୂର୍ବରୁ ବିଧାୟକଙ୍କୁ ଏକଜୁଟ ରଖିବା ଏବେ ତିନି ଦଳ ପାଇଁ ବଡ଼ ଚ୍ୟାଲେଂଜ ପାଲଟିଛି। କେତେକ ଏନ୍‌ସିପି ବିଧାୟକଙ୍କୁ ଆଜି ଅଜିତ ପାୱାର ମନ୍ତ୍ରୀ ପଦର ଲୋଭ ଦେଖାଇଥିବା ସେମାନେ କହିଛନ୍ତି। ଶିବସେନାର ଅନେକ ବିଧାୟକ କଂଗ୍ରେସ ସହ ମେଣ୍ଟକୁ ସମର୍ଥନ କରୁନଥିବା ବେଳେ ଏନ୍‌ସିପିର ବିଧାୟକମାନେ ‌ଶିବସେନା ସହିତ ମେଣ୍ଟକୁ ପସନ୍ଦ କରୁନଥିବାରୁ ସେମାନଙ୍କ ଉପରେ ସତର୍କ ନଜର ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe