ମହାରାଷ୍ଟ୍ର ରାଜନୀତି:, ହିନ୍ଦୁତ୍ବ ବିଚାରଧାରାରେ ଅଟଳ ରହିବୁ: ଉଦ୍ଧବ

Advertisment

ଫଡ୍‌ନାଭିସ ସହଯୋଗ କରିଥିଲେ ଏଭଳି ସ୍ଥିତି ଉପୁଜି ନଥାନ୍ତା

ଫଡ୍‌ନାଭିସ ସହଯୋଗ କରିଥିଲେ ଏଭଳି ସ୍ଥିତି ଉପୁଜି ନଥାନ୍ତା

ମହାରାଷ୍ଟ୍ର ରାଜନୀତି:, ହିନ୍ଦୁତ୍ବ ବିଚାରଧାରାରେ ଅଟଳ ରହିବୁ: ଉଦ୍ଧବ

Latestly

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆଜି ବିରୋଧୀ ଦଳ ନେତା ନିର୍ବାଚିତ ହୋଇଥିବା ଦେବେନ୍ଦ୍ର ଫଡ୍‌ନାଭିସଙ୍କ ପ୍ରତି ନରମ ଆଭିମୁଖ୍ୟ ଦେଖାଇଛନ୍ତି। ଉଦ୍ଧବ ଆଜି ଗୃହରେ ତାଙ୍କର ଉଦ୍‌ବୋଧନରେ କହିଥିଲେ ଯେ ସେ ଫଡନାଭିସ୍‌ଙ୍କ ଠାରୁ ବହୁତ କିଛି ଶିକ୍ଷା କରିଛନ୍ତି। ତେଣୁ ତାଙ୍କ ସହିତ ବନ୍ଧୁତ୍ବପୂର୍ଣ୍ଣ ସଂପର୍କ ରହିବ ବୋଲି ସେ କହିଥିଲେ। ହିନ୍ଦୁତ୍ବ ବିଚାରଧାରାରେ ଶିବସେନା ସର୍ବଦା ଅଟଳ ରହିବ ଏବଂ ଏଥିରେ କୌଣସି ପରିବର୍ତ୍ତନର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି। ବିଗତ ୫ ବର୍ଷ ମଧ୍ୟରେ ସେ ସରକାରକୁ କେବେ ବି ଧୋକା ଦେଇନାହାନ୍ତି। ଏହି ଅବସରରେ ଫଡ୍‌ନାଭିସଙ୍କୁ କଟାକ୍ଷ କରି ସେ କହିଥିଲେ, ମୁଁ ଫେରିବି ବୋଲି କେବେ ସ୍ଲୋଗାନ ଦେଇନଥିଲି, କିନ୍ତୁ ବିଧାନସଭାକୁ ଫେରିଛି। ଆପଣ (ଫଡନାଭିସ) ଆମ ସହ ଭଲ ବ୍ୟବହାର ଦେଖାଇଥିଲେ ଆଜି ବିଜେପି-ଶିବସେନା ମଧ୍ୟରେ ଏଭଳି ଫାଟ ସୃଷ୍ଟି ହୋଇନଥାନ୍ତା କି ଏଭଳି ସ୍ଥିତି ଉପୁଜି ନଥାନ୍ତା। ଉଦ୍ଧବ କହିଥିଲେ, ମୁଁ ବହୁତ ଭାଗ୍ୟଶାଳୀ ମୁଖ୍ୟମନ୍ତ୍ରୀ। ଯେଉଁମାନେ ମୋର ବିରୋଧରେ ଥିଲେ ସେମାନେ ଏବେ ମୋ ସହିତ ଅଛନ୍ତି ଏବଂ ଯେଉଁମାନେ ମୋ ସହିତ ଥିଲେ ସେମାନେ ଏବେ ବିରୋଧୀ ଦଳରେ ଅଛନ୍ତି। ମୁଁ ଏଠାକୁ ଭାଗ୍ୟ ଏବଂ ଜନତାଙ୍କ ଆଶୀର୍ବାଦରେ ପହଞ୍ଚିଛି ବୋଲି ଉଦ୍ଧବ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe