ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ପ୍ରସ୍ତୁତ ହେଲାଣି ବିଜେପି ! ପରସ୍ପରକୁ ଭେଟିଲେ ସିନ୍ଦେ ଓ ଫଡନାଭିସ

Advertisment
ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ପ୍ରସ୍ତୁତ ହେଲାଣି ବିଜେପି ! ପରସ୍ପରକୁ ଭେଟିଲେ ସିନ୍ଦେ ଓ ଫଡନାଭିସ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ସଜବାଜ ହେଲାଣି କି ବିଜେପି? ଶୁକ୍ରବାର ରାତିରେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ତଥା ବିଧାୟକ ଏକନାଥ ସିନ୍ଦେ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ ଗୁପ୍ତ ବୈଠକ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି। ବଡ଼ୋଦରାରେ ଦୁହେଁ ବୈଠକ କରିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସେହି ସମୟରେ ବଡ଼ୋଦାରେ ଥିଲେ ବୋଲି ଆଲୋଚନା ହେଉଛି। ତେବେ ଅମିତ ଶାହା ଏହି ବୈଠକରେ ସାମିଲ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ।

ଏହି ସୂଚନା ସାମ୍ନାକୁ ଆସିବା ମାତ୍ରେ ଏବେ ରାଜନୈତିକ ମହଲରେ ଆଲୋଚନା ତୀବ୍ର ହୋଇଛି ଯେ ଶିବସେନାରେ ବିଦ୍ରୋହ ହେବା ପରେ ସିନ୍ଦେ ଶୀଘ୍ର ବିଜେପିକୁ ସମର୍ଥନ କରୁଥିବା ଘୋଷଣା କରିପାରନ୍ତି। ସୂତ୍ରରୁ ପ୍ରକାଶ ଯେ ‌ସିନ୍ଦେ ଓ ଫଡନାଭିସ ବୈଠକ କରିିବା ପରେ ମହାରାଷ୍ଟ୍ରରେ ସିନ୍ଦେଙ୍କ ସମର୍ଥନରେ  ସରକାର ଗଠନ ପାଇଁ ବିଜେପି ପ୍ରସ୍ତୁତିକୁ ଜୋରଦାର କରିଛି।

ସୂତ୍ରରୁ ଏହା ମଧ୍ୟ ଜଣାପଡିଛି ଯେ ଆସାମର ଗୌହାଟୀରେ ୩୮ବିଦ୍ରୋହୀ ଶିବସେନା ବିଧାୟକଙ୍କ ସହ କ୍ୟାମ୍ପ କରିଥିବା ଏକନାଥ ସିନ୍ଦେ ଗୁଜୁରାଟକୁ ଯାଇ ବଡ଼ୋଦରାଠାରେ ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଛନ୍ତି। ସୂଚନା ଅନୁସାରେ ଦେବେନ୍ଦ୍ର ଫଡନାଭିସ୍ ରାତି ୧୦.୩୦ରେ ବୈଠକ ପାଇଁ ମୁମ୍ବାଇ ଛାଡିଥିଲେ ଓ  ଚାର୍ଟର ବିମାନରେ ଉଭୟ ନେତା ସେଠାରେ ପହଞ୍ଚିଥିଲେ। ଏକନାଥ ସିନ୍ଦେ ଗୌହାଟୀରୁ ବଡ଼ୋଦରା ଅଭିମୁଖେ ଯାତ୍ରା କରିଥିବା ବେଳେ ଫଡନାଭିସ୍ ରାତି ୧୦.୩୦ରେ ମୁମ୍ବାଇ ଛାଡିଥିଲେ। ଏହା ପରେ ରାତି ୨ଟା ବେଳେ ଦୁଇ ନେତାଙ୍କ ମଧ୍ୟରେ ବୈଠକ ହୋଇଥିଲା। ଏହା ମଧ୍ୟ ସାମ୍ନାକୁ ଆସୁଛି ଯେ ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଧରି କଥାବାର୍ତ୍ତା ହୋଇଥିଲା। ଯଦି ଏହି ତଥ୍ୟ ପକ୍କା ହୋଇଥାଏ ତେବେ ବିଜେପି ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ପ୍ରସ୍ତୁତ ହେଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe