ମହାରାଷ୍ଟ୍ର ରାଜନୀତି: ସିନ୍ଦେ ଓ ଉଦ୍ଧବ ଗୋଷ୍ଠୀର ୫୩ ବିଧାୟକଙ୍କୁ କାରଣଦର୍ଶାଅ ନୋଟିସ୍‌

Advertisment

ଦଳବଦଳ ଆଇନ ଆଧାରରେ ନୋଟିସ୍‌ ଜାରି କଲେ ସଚିବ

ଦଳବଦଳ ଆଇନ ଆଧାରରେ ନୋଟିସ୍‌ ଜାରି କଲେ ସଚିବ

ମହାରାଷ୍ଟ୍ର ରାଜନୀତି: ସିନ୍ଦେ ଓ ଉଦ୍ଧବ ଗୋଷ୍ଠୀର ୫୩ ବିଧାୟକଙ୍କୁ କାରଣଦର୍ଶାଅ ନୋଟିସ୍‌

ମୁମ୍ବାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେଙ୍କ ଦାୟିତ୍ବ ଗ୍ରହଣ ପରେ ମଧ୍ୟ ରାଜନୈତିକ ସଙ୍କଟର ଅବସାନ ହୋଇନାହିଁ। ଆଜି ବିଧାନସଭାର ସଚିବ ରାଜେନ୍ଦ୍ର ଭାଗବତ ଶିବସେନାର ମୋଟ୍‌ ୫୫ ବିଧାୟକଙ୍କ ମଧ୍ୟରୁ ୫୩ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ବିଧାୟକମାନେ ସପ୍ତାହକ ମଧ୍ୟରେ ନୋଟିସ୍‌ର ଜବାବ ଦେବାକୁ କୁହାଯାଇଛି। ଏଥିରେ ସନ୍ତୋଷ ବାଙ୍ଗର ମଧ୍ୟ ସାମିଲ ଅଛନ୍ତି, ଯିଏ କି ୪ ଜୁଲାଇରେ ଆସ୍ଥା ଭୋଟ୍‌ ଦିନ ଠା‌କରେ ଗୋଷ୍ଠୀ ଛାଡ଼ି ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇଥିଲେ। ଆଜି ଦିଆଯାଇଥିବା ନୋଟିସ୍‌ ଦଳବଦଳ ଆଇନ ଆଧାରରେ ଦିଆଯାଇଥିବାରୁ ଏହାକୁ ନେଇ ରାଜ୍ୟ ରାଜନୀତି ପୁଣିଥରେ ସରଗରମ ହୋଇଉଠିଛି।

ଉଦ୍ଧବ ଠାକରେଙ୍କ ସରକାର ସମୟରେ ଯେତେବେଳେ ସିନ୍ଦେ ଗୋଷ୍ଠୀର ବିଧାୟକମାନେ ବିଦ୍ରୋହ କରିଥିଲେ ସେତେବେଳେ ଉଭୟ ଗୋଷ୍ଠୀ ପରସ୍ପର ଉପରେ ଦଳୀୟ ହ୍ବିପ୍‌ ଉଲ୍ଲଂଘନ ଅଭିଯୋଗ ଆଣିଥିଲେ। ଏଭଳି ସ୍ଥିତିରେ ଉଭୟ ପକ୍ଷରୁ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରାଯାଇଥିଲା। ତେବେ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ନୋଟିସ୍‌ ଜାରି କରାଯାଇନାହିଁ। ସିନ୍ଧେ ଗୋଷ୍ଠୀର ୩୯ ଜଣ ଏବଂ ଠାକରେ ଗୋଷ୍ଠୀର ୧୪ ବିଧାୟକଙ୍କୁ ନୋଟିସ୍‌ ଜାରି ହୋଇଛି। ସୂଚନାଯୋଗ୍ୟ, ଏକନାଥ ସିନ୍ଦେ ବିଧାନସଭାରେ ୧୬୪ ଭୋଟ୍‌ ହାସଲ କରି ଆସ୍ଥା ଭୋଟ୍‌ ଜିଣିଥିଲେ। ସିନ୍ଦେଙ୍କ ବିରୋଧରେ ୯୯ ଭୋଟ୍‌ ପଡ଼ିଥିଲା। ସିନ୍ଦେ ସମର୍ଥକ ଶିବସେନାର ୪୦ ବିଧାୟକ ତାଙ୍କ ସପକ୍ଷରେ ଭୋଟ୍‌ ଦେଇଥିବା ବେଳେ ଉଦ୍ଧବ ଗୋଷ୍ଠୀର ୧୫ ବିଧାୟକ ବିରୋଧରେ ଭୋଟ୍‌ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe