ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ମାସକ ପୂର୍ବରୁ ବିରୋଧୀ ମେଣ୍ଟ ଏମ୍ଭିଏ (ମହା ବିକାଶ ଅଘାଡ଼ି)ରେ ବିଭେଦ ଦେଖାଦେଇଛି। ତୀବ୍ର ମତଭେଦ ଭିତରେ ଏମ୍ଭିଏ ମେଣ୍ଟରେ କଂଗ୍ରେସ, ୟୁବିଟି ଶିବସେନା ଏବଂ ଶରଦ ପାୱାରଙ୍କ ଏନ୍ସିପି ମଧ୍ୟରେ ୨୮୮ ବିଧାନସଭା ଆସନରୁ ୨୬୦ ଆସନରେ ବୁଝାମଣା ଶେଷ ହୋଇଛି। ଉଦ୍ଧବ ଠାକ୍ରେଙ୍କ ନେତୃତ୍ବାଧୀନ ଶିବସେନା ଏବଂ କଂଗ୍ରେସ ଦଳ ମଧ୍ୟରେ ମତଭେଦ ଯୋଗୁଁ ଉଭୟେ ପରସ୍ପର ସହିତ ଆଲୋଚନା ବନ୍ଦ କରିଛନ୍ତି। ଉଦ୍ଧବ ଠାକରେଙ୍କ ଶିବସେନା କହିଛି ଏହା କଂଗ୍ରେସ ରାଜ୍ୟ ସଭାପତି ନାନା ପାଟୋଲ୍ଙ୍କ ସହ ଆସନ ବୁଝାମଣା ନେଇ କୌଣସି କଥାବାର୍ତ୍ତା କରିବ ନାହିଁ। କିନ୍ତୁ ବରିଷ୍ଠ ଶିବସେନା-ୟୁବିଟି ନେତା ସଂଜୟ ରାଉତ କହିଛନ୍ତି, ୨୬୦ ଆସନରେ ହୋଇଥିବା ବୁଝାମଣା କାର୍ଯ୍ୟକାରୀ ହେବ ଏବଂ ଅନ୍ୟ ଆସନଗୁଡ଼ିକ ସଂପର୍କରେ ହାଇକମାଣ୍ଡଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ।
ମହାରାଷ୍ଟ୍ର ରାଜନୀତି
ବିବାଦୀୟ ଆସନ ଉପରେ ନିଷ୍ପତ୍ତି ନେବେ ହାଇକମାଣ୍ଡ
କଂଗ୍ରେସ ନେତା ନାନା ପାଟୋଲଙ୍କୁ କଟାକ୍ଷ କରି ସେ କହିଛନ୍ତି, ମହାରାଷ୍ଟ୍ର କଂଗ୍ରେସରେ ନେତାମାନଙ୍କର ନିଷ୍ପତ୍ତି ନେବାର କ୍ଷମତା ନାହିଁ। ରାଉତ ଆଜି କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ମୁକୁଲ ୱାସନିକ ଏବଂ ମହାରାଷ୍ଟ୍ର ପ୍ରଭାରୀ ରମେଶ ଛେନ୍ନିଥାଲା ଏବଂ ରାହୁଲ ଗାନ୍ଧୀଙ୍କ ସହ କଥା ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ମହାରଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ନଭେମ୍ବର ୨୦ ତାରିଖରେ ଭୋଟ୍ ଗ୍ରହଣ ହେବ।
Follow Us