ମହାରାଷ୍ଟ୍ରରେ ବନ୍ୟା ପ୍ରଭାବ: ତିନିଟି ସ୍ଥାନରେ ଭୁସ୍ଖଳନ ହୋଇ ୩୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ଜଣ ନିଖୋଜ

ମହାରାଷ୍ଟ୍ରରେ ବନ୍ୟା ପ୍ରଭାବ: ତିନିଟି ସ୍ଥାନରେ ଭୁସ୍ଖଳନ ହୋଇ ୩୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ଜଣ ନିଖୋଜ

ମୁମ୍ବାଇ: ମୁମ୍ବାଇରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା ଯୋଗୁଁ ଅନେକ କୋଠା ଭୁଶୁଡିବାର ଖବର ମିଳୁଛି। ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇକୁ ଲାଗିକି ଥିବା ରାୟଗଡ଼ ଜିଲ୍ଲାର ମହାଡରେ ତିନିଟି ସ୍ଥାନରେ ଭୁସ୍ଖଳନ ହୋଇଛି। ଏହି ଭୁସ୍ଖଳନ ହେତୁ ଅନେକ ଘର ଭୁଶୁଡି ପଡ଼ିଛି । ଏଥିରେ ୩୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତକଙ୍କ ମଧ୍ୟରେ ତଲଇରେ ୩୨ଜଣ ଥିବା ବେଳେ ସାଖର ସୁତାର ବାଡ଼ିରେ ୪ଜଣ ରହିଛନ୍ତି।

ଏହି ଦୁଇଟି ସ୍ଥାନରୁ ୧୫ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩୦-୩୫ଜଣଙ୍କୁ ଖୋଜା ଚାଲିଛି।
ମହାଡରେ ସାବିତ୍ରୀ ନଦୀରେ ବିପଦ ସଙ୍କେତ ଉପରେ ପାଣି ଟପି ସବୁକିଛି ଭସାଇ ନେଇଛି। ମହାଡ ଓ ଖେଡରେ ଏନଡିଆରଏଫ ଓ କୋଷ୍ଟଗାର୍ଡ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।  ତେବେ ଏହି ଉଦ୍ଧାର କାର୍ଯ୍ୟରେ ନୌସେନା ଟିମ ବି କାମ କରୁଛନ୍ତି।

ସେହିପରି ବର୍ଷା ଟିକେ କମିଥିବାରୁ ରତ୍ନଗିରିର ଖେଡରେ ଜମି ଥିବା ବନ୍ୟାପାଣି ଧୀରେଧୀରେ ଖସିବାକୁ ଲାଗିଛି। ଚିପଲୁନରେ ଏବେ ବି ପାଣି ଭରି ରହିଛି। ହଜାର ଲୋକ ଏହି ପାଣି ଘେରରେ ଫସି ରହିଛନ୍ତି। ତେଣୁ ଏହି ଫସିଥିବା ଲୋକଙ୍କ ସମ୍ପର୍କୀୟ ସୋସିଆଲ ମିଡିଆରେ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe