Image Courtesy of News18
ନୂଆଦିଲ୍ଲୀ: ପରବର୍ତ୍ତୀ ପର୍ଯ୍ୟାୟରେ ଆଜି ଭାରତୀୟ ବାୟୁସେନା ମହାରାଷ୍ଟ୍ର, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶକୁ ଅକ୍ସିଜେନ୍ ନେଇଯିବ ବୋଲି ଶନିବାର ଦିନ ଜଣେ ବରିଷ୍ଠ ସେନା କର୍ମଚାରୀ କହିଛନ୍ତି।
ଏହାପୂର୍ବରୁ ପଶ୍ଚିମବଙ୍ଗର ପାନଗଡ଼ରୁ ଗୁଜରାଟର ଜାମନଗର ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ‘ଫିଲିଙ୍ଗ୍ ଷ୍ଟେସନ୍’କୁ ଭାରତୀୟ ବାୟୁସେନାର ପରିବହନ ବିମାନ ବୃହଦ୍କାୟ ‘ଅକ୍ସିଜେନ୍ କଣ୍ଟେନର୍’ ନେଇ ଯାଇଥିଲା।
Image Courtesy of FirstPostଏ ସଂକ୍ରାନ୍ତରେ ଅବଗତ ଥିବା ଜଣେ ବରିଷ୍ଠ ସେନା ଅଧିକାରୀଙ୍କ କହିବା ଅନୁସାରେ, ପରିବହନ ବିମାନ ‘ଏସି-୧୭ ଗ୍ଲୋବ୍ମାଷ୍ଟର୍-୩’ ଚାରିଟି ଅକ୍ସିଜେନ୍ କଣ୍ଟେନର୍ଟ୍ରକ୍ ନେଇ ମହାରାଷ୍ଟ୍ରର ପୁଣେ ଏବଂ ତା’ପରେ ଗୁଜରାଟର ଜାମନଗରକୁ ଯାଇଥିଲା। ଏହାଛଡ଼ା, ଏହି ବିମାନ ରାଜସ୍ଥାନର ଯୋଧପୁରରୁ ଦୁଇଟି ଫାଙ୍କା କଣ୍ଟେନର୍ ନେଇ ଜାମନଗର ଯିବା ସହ ମଧ୍ୟପ୍ରଦେଶର ଇନ୍ଦୋରରୁ ଜାମନଗର ଯିବା ପାଇଁ ନିୟୋଜିତ ହୋଇଥିଲା।
ଭାରତୀୟ ବାୟୁସେନାର ‘ସି-୧୭’ ବିମାନ ହିନ୍ଦୋନ୍ରୁ ସିଙ୍ଗାପୁରର ଚାଙ୍ଗି ଆନ୍ତର୍ଜାତିକ ବିମାନ ବନ୍ଦରକୁ ଯାଇ ସେଠାରୁ ୪ଟି ‘କ୍ରାୟୋଜେନିକ୍ ଅକ୍ସିଜେନ୍ କଣ୍ଟେନର୍’ ନେଇ ପାନଗଡ଼ ଫେରିଛି।
ଏହା ବ୍ୟତିରେକେ, ସଂଯୁକ୍ତ ଆରବ ଏମିରେଟ୍ସ୍ରୁ ମଧ୍ୟ ଅକ୍ସିଜେନ୍ ଟ୍ୟାଙ୍କର୍ ଆଣିବାକୁ ଭାରତ ଯୋଜନା କରୁଛି। ଶନିବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ବେସାମରିକ ପ୍ରଶାସନକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ପାଇଁ ଆମେ ସବୁ ପ୍ରକାର ଉଦ୍ୟମ କରିବୁ।
Follow Us