ପୁଅକୁ ବଞ୍ଚାଇବାକୁ ଆକ୍ରମଣକାରୀଙ୍କ ସହ ଲଢ଼ିଲେ ମା’, ଭାଇରାଲ ହେଲା ଭିଡିଓ

ପୁଅକୁ ବଞ୍ଚାଇବାକୁ ଆକ୍ରମଣକାରୀଙ୍କ ସହ ଲଢ଼ିଲେ ମା’, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: କୁହାଯାଏ ଯେ ମା' ପାଇଁ ନିଜ ପିଲାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କିଛି ନୁହେଁ। ଜଣେ ମା' ନିଜ ସନ୍ତାନ ପାଇଁ ନିଜ ଜୀବନକୁ ବାଜି ଲଗାଇଦିଏ। ଏହିପରି ମାତୃପ୍ରେମରେ ପରିପୂର୍ଣ୍ଣ ଏକ ହୃଦୟ କିଣିବା ଭଳି ଭିଡିଓ ଏବେ ଭାଇରାଲ ହେଉଛି, ଯେଉଁଥିରେ ନିଜ ପୁଅକୁ ବଞ୍ଚାଇବା ପାଇଁ ଜଣେ ମା’ ନିଜେ ଆକ୍ରମଣକାରୀଙ୍କ ସହ ଲଢ଼ୁଛି। ଭାଇରାଲ ହେଉଥିବା ଏହି ଭିଡିଓ ମହାରାଷ୍ଟ୍ରରେ ଥିବା କୋଲହାପୁରର ବୋଲି କୁହାଯାଉଛି।

ଭିଡିଓରେ ଦେଖାଯାଇଛି ଯେ, ଜଣେ ବ୍ୟକ୍ତି ନିଜ ସ୍କୁଟର ଉପରେ ବସି ରାସ୍ତା କଡ଼ରେ ତାଙ୍କ ମା' ସହିତ କଥା ହେଉଛନ୍ତି। ଏହା ପରେ ୩ଜଣ ଅଭିଯୁକ୍ତମାନ‌େ ସ୍କୁଟିରେ ଆସି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରୁଛନ୍ତି। ହେଲେ ଯୁବକଙ୍କ ଭାଗ୍ୟ ଭଲଥିବାରୁ ଖଣ୍ଡାଟି ତାଙ୍କ ଦେହରେ ବାଜିପାରୁନାହିଁ। ଅଭିଯୁକ୍ତମାନେ ଆକ୍ରମଣ କରୁଥିବା ଦେଖି ଯୁବକଙ୍କ ମା’ ତୁରନ୍ତ ତଳେ ପଡ଼ିଥିବା ଇଟା ଧରି ଅଭିଯୁକ୍ତଙ୍କ ଉପରକୁ ଫିଙ୍ଗୁଛନ୍ତି। ଏହା ପରେ ଉଭୟ ମା’-ପୁଅ ମିଶି ଅଭିଯୁକ୍ତଙ୍କ ଉପରକୁ ଇଟା ପିଙ୍ଗିବାରୁ ଅଭିଯୁକ୍ତମାନେ ଡରରେ ସେଠାରୁ ପଳାଉଛନ୍ତି।

ଘଟଣାଟି ରବିବାର ଘଟିଥିବା ବେଳେ ଏବେ ତାହା ଭାଇରାଲ ହେଉଛି। କୁହାଯାଉଛି ଯେ, ସାମାନ୍ୟ ଝଗଡା ପରେ ଅଭିଯୁକ୍ତମାନେ ଏଭଳି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏବେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଏତଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe