ମହାରାଷ୍ଟ୍ର: ମହିଳା ବନ୍ଦୀମାନେ ଏଣିକି ସେମାନଙ୍କ ଘରକୁ କରିପାରିବେ ଭିଡିଓ କଲ୍‌; ୫ ମିନିଟକୁ ଦେବେ ୫ ଟଙ୍କା

Advertisment
ମହାରାଷ୍ଟ୍ର: ମହିଳା ବନ୍ଦୀମାନେ ଏଣିକି ସେମାନଙ୍କ ଘରକୁ କରିପାରିବେ ଭିଡିଓ କଲ୍‌; ୫ ମିନିଟକୁ ଦେବେ ୫ ଟଙ୍କା

ମୁମ୍ବାଇ: ମହାରାଷ୍ଟ୍ରର ବିଭିନ୍ନ ଜେଲମାନଙ୍କରେ ବନ୍ଦୀ ଥିବା ମହିଳା କଏଦୀମାନେ ଏଣିକି ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ଭିଡିଓ କଲିଂ କରି କଥା ହୋଇପାରିବେ ବୋଲି ମହାରାଷ୍ଟ୍ର ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଜେଲରେ ବନ୍ଦୀ ଥିବା କଏଦୀମାନଙ୍କୁ ଏପ୍ରକାରର ସୁବିଧା ଯୋଗାଇ ଦେବାରେ ମହାରାଷ୍ଟ୍ର ଦେଶର ସର୍ବପ୍ରଥମ ରାଜ୍ୟ ଥିବା ଜାଣିବାକୁ ମିଳିଛି।

ମହାରାଷ୍ଟ୍ର ସରକାର ନେଇଥିବା ନିଷ୍ପତ୍ତି ଅନୁଯାୟୀ ବନ୍ଦୀ ଥିବା ମହିଳା କଏଦୀମାନେ ସର୍ବାଧିକ ୫ ମିନିଟ ସମୟ ପାଇଁ ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ଭିଡିଓ କଲିଂ କରି ସେମାନଙ୍କ ସହ କଥା ହୋଇ ପାରିବେ ଏବଂ ଏଥିପାଇଁ ସେମାନଙ୍କୁ ୫ ଟଙ୍କାର ଦେୟ ଜେଲ କର୍ତ୍ତୃପକ୍ଷଙ୍କୁ ଦେବାକୁ ପଡ଼ିବ। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏହି ଯୋଜନା ଏକ ପାଇଲଟ ପ୍ରେଜେକ୍ଟ ଆକାରରେ ସର୍ବପ୍ରଥମେ ପୁଣେର ଓ୍ଵାର୍ଧା କେନ୍ଦ୍ରୀୟ ଜେଲରେ ଆରମ୍ଭ କରାଯାଇଛି। ପରବର୍ତ୍ତୀ ସମୟରେ ଏହି ଯୋଜନାକୁ ରାଜ୍ୟର ଅନ୍ୟ ସମସ୍ତ ଜେଲରେ କାର୍ଯ୍ୟକାରୀ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମହାରାଷ୍ଟ୍ରର ଜେଲ ବିଭାଗର ଆଇଜି। ବର୍ତ୍ତମାନ ମହାରାଷ୍ଟ୍ରରେ ଥିବା ୫୪ଟି ଜେଲରେ ପ୍ରାୟ ୨୮,୦୦୦ ମହିଳା ବନ୍ଦୀ ଅଛନ୍ତି। ତେବେ, ଭିଡିଓ କଲିଂ ଜରିଆରେ ମହିଳା ବନ୍ଦୀମାନେ କେବଳ ମାତ୍ର ସେମାନଙ୍କ ପରିବାର ସଦସ୍ୟଙ୍କ ସହ ପରିବାର ସଂପର୍କିତ କଥା ହୋଇପାରିବେ ଏବଂ ମହିଳା ବନ୍ଦୀମାନେ ଭିଡିଓ କଲିଂରେ କଥାବର୍ତ୍ତା ହେବା ବେଳେ ଜନୈକ କନେଷ୍ଟବଲ ସେଠାରେ ଉପସ୍ଥିତ ରହିବେ ବୋଲି କହିଛନ୍ତି ମହାରାଷ୍ଟ୍ରର ଜେଲ ବିଭାଗର ଆଇଜି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe