ମହାରାଷ୍ଟ୍ରରେ କୋଭିଡ୍‌-୧୯ ସଂକ୍ରମିତ ସଂଖ୍ୟା ୪୭,୦୦୦ ଟପିଲା; ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାରରୁ ଅଧିକ

Advertisment
ମହାରାଷ୍ଟ୍ରରେ କୋଭିଡ୍‌-୧୯ ସଂକ୍ରମିତ ସଂଖ୍ୟା ୪୭,୦୦୦ ଟପିଲା; ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାରରୁ ଅଧିକ

DTNext

ମୁମ୍ବାଇ: ମହାରାଷ୍ଟ୍ରରେ ଶନିବାର ନୂଆ ୨,୬୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରର ଏହି ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୪୭,୧୯୦ କରୋନା ପଜିଟିଭ୍‌ ଚିହ୍ନଟ ‌ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ତଥ୍ୟରୁ ଜାଣିବାକୁ ମିଳିଛି।

ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏହି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୬୦ ଜଣଙ୍କର କରୋନା ହେତୁ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟର ମୃତ୍ୟୁ ସଂଖ୍ୟା ୧,୫୭୭ରେ ପହଞ୍ଚିଛି। ଜାଣିବାକୁ ମିଳିଛି ଯେ ଗତ ଏକ ସପ୍ତାହ ହେବ ରାଜ୍ୟରେ ଦିନକୁ ୨ ହଜାରରୁ ଊର୍ଧ୍ବ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

publive-image DU EXPRESS

ସେହିପରି କେବଳ ମୁମ୍ବାଇରେ ଶନିବାର ଦିନ ୧,୫୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶୁକ୍ରବାରଠାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମ୍‌ ଥିବା ଜଣାପଡ଼ଛି। ରାଜଧାନୀ ମୁମ୍ବାଇରେ ସମୁଦାୟ ୨୮,୮୧୭ କରୋନା ସଂକ୍ରମିିତ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଗତକାଲି ମୁମ୍ବାଇରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭ ହୋଇଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୯୪୯କୁ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ଚାଲିଥିବା ଲକ୍‌ଡାଉନ୍‌ ସମୟରେ ଡ୍ୟୁଟି କରି ୧୭୪ ଜଣ ଅଧିକାରୀଙ୍କୁ ମିଶାଇ ମହାରାଷ୍ଟ୍ରରେ ସମୁଦାୟ ୧,୬୭୧ ଜଣ ପୁଲିସ୍‌ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୧୮ ଜଣଙ୍କର ମୃତ୍ୟୁ ଘଟିଛି ହୋଇଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe