ମହାରାଷ୍ଟ୍ର କୋଭିଡ୍‌ ମୃତ୍ୟୁ ତାଲିକାରେ ସଂଶୋଧନ; ୧୧,୬୧୭ ମୃତକଙ୍କୁ ଯୋଡ଼ାଗଲା

Advertisment
ଦେଶରେ ତୃତୀୟ ଲହରରେ କମ୍‌ କରୋନା ମୃତ୍ୟୁ

shutterstock.com

ମୁମ୍ବାଇ : ମହାରାଷ୍ଟ୍ରରେ କୋଭିଡ୍‌ ମୃତକଙ୍କ ତାଲିକାରେ ତ୍ରୁଟି ରହୁଥିବା ଅଭିଯୋଗ ଆସିବା ପରେ ସରକାର ଗତ ମାସ ୧୭ ତାରିଖଠାରୁ ସେଥିରେ ସଂଶୋଧନ ଆଣିବା ଆରମ୍ଭ କରିଛନ୍ତି। ଏହି କ୍ରମରେ ଏହି ୨୪ ଦିନ ଭିତରେ ଅଧିକ ୧୧,୬୧୭ ଜଣ ମୃତକଙ୍କ ନାମ ପୁରୁଣା ତାଲିକାରେ ଯୋଡ଼ାଯାଇଛି ଯାହା କି ଗତ ତିନି ସପ୍ତାହର ମୋଟ ମୃତ୍ୟୁସଂଖ୍ୟା (୧୦,୬୪୫) ଠାରୁ ବି ଅଧିକ।

ଏହି ନୂଆ ମୃତକଙ୍କ ଭିତରୁ ୮,୪୦୪ ଜଣଙ୍କ ନାମ ଚଳିତ ମାସର ପ୍ରଥମ ୧୦ ଦିନର ତାଲିକାରେ ଯୋଡ଼ାଯାଇଥିବା ବେଳେ ବାକି ତକ ତାହାର ଗୋଟିଏ ସପ୍ତାହ ପୂର୍ବ ତାଲିକାରେ ଯୋଡ଼ାଯାଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନାରୁ ଜଣାପଡ଼ିଛି। ଫଳରେ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧,୦୩,୭୪୮ରେ ପହଞ୍ଚିଛି। ଗୁରୁବାର ସକାଳ ୮ଟା ସୁଦ୍ଧା ରାଜ୍ୟରେ ୩୯୩ ଜଣଙ୍କର କୋଭିଡ୍‌ରେ ମୃତ୍ୟୁ ହୋଇଥିବା ବେଳେ ୧୨,୨୦୭ ଜଣ ନୂତନ ସଂକ୍ରମିତ ବାହାରିଛନ୍ତ। ରାଜ୍ୟ ସରକାରଙ୍କ ସଂଶୋଧିତ କୋଭିଡ୍‌ ମୃତ୍ୟୁ ତାଲିକା ବାବଦରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସବିଶେଷ ତଥ୍ୟ ଦାଖଲ କରିବାକୁ କହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe