ବାହାରକୁ ଆସିବା ପ‌ରେ ସର୍ତ୍ତ ଭୁଲିଗଲେ ରାଣା ଦମ୍ପତି, ଜାମିନ ବାତିଲ ପାଇଁ ଆବେଦନ କରିବେ ମହାରାଷ୍ଟ୍ର ସରକାର

Advertisment
ବାହାରକୁ ଆସିବା ପ‌ରେ ସର୍ତ୍ତ ଭୁଲିଗଲେ ରାଣା ଦମ୍ପତି, ଜାମିନ ବାତିଲ ପାଇଁ ଆବେଦନ କରିବେ ମହାରାଷ୍ଟ୍ର ସରକାର

ndtv

ମୁମ୍ବାଇ: ରାଣା ଦମ୍ପତିଙ୍କ ପାଇଁ ବଢ଼ିପାରେ ସମସ୍ୟା। କିଛି ସର୍ତ୍ତାବଳି ସହ ସାଂସଦ-ବିଧାୟକ ଦମ୍ପତି ନବନୀତ ଓ ରବି ରାଣାଙ୍କୁ ଜାମିନ ମିଳିଥିବା ବେଳେ ବାହାରକୁ ଆସିବା ପରେ ନବନୀତ୍ ନିୟମ ଭାଙ୍ଗିଥିବା ଅଭିଯୋଗ କରିଛନ୍ତି ମହାରାଷ୍ଟ୍ର ସରକାର। ଏନେଇ ମହାରାଷ୍ଟ୍ର ସରକାର ଦୁହିଁଙ୍କ ଜାମିନ ବାତିଲ ପାଇଁ ଆବେଦନ କରିପାରନ୍ତି ବୋଲି କୁହାଯାଉଛି।

ସୂଚନା ମୁତାବକ, ଜାମିନ ମିଳିବା ପରେ ଦୁହେଁ ମେ’ ୫ରେ ଜେଲରୁ ମୁକୁଳିଥିବା ବେଳେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଆଜି ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ନବନୀତ ରାଣା ଗଣମାଧ୍ୟମକୁ କହିଥିଲେ ଯେ, ହନୁମାନ ଚାଳିଶା ପଢ଼ିବା ପାଇଁ ମୁଁ ୧୪ ଦିନ କ’ଣ, ୧୪ବର୍ଷ ଜେଲରେ ରହିବାକୁ ପ୍ରସ୍ତୁତ ଅଛି। ମୁଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମହାରାଷ୍ଟ୍ରର ଯେକୌଣସି ସ୍ଥାନରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆହ୍ବାନ କରୁଛି। ସେ ଯେଉଁ ଆସନରୁ ନିର୍ବାଚନ ଲଢ଼ିବେ, ମୁଁ ମଧ୍ୟ ସେହି ଆସନରୁ ନିର୍ବାଚନ ଲଢ଼ିବି। ଆଗାମୀ ସମୟରେ, ମହାରାଷ୍ଟ୍ରର ଲୋକମାନେ ଉଦ୍ଧବ ଠାକରେଙ୍କୁ ଜଣାଇାବ ଯେ, ଯେଉଁମାନେ ହନୁମାନଙ୍କ ନାଁ ଏବଂ ରାମଙ୍କ ନାଁ ନେଉଛନ୍ତି ସେମାନଙ୍କୁ ହଇରାଣ କଲେ ପରିଣାମ କ’ଣ ହୁଏ?

ତେବେ ଗଣମାଧ୍ୟମକୁ କ‌ୌଣସି କଥା କହିବାରୁ ନିବୃତ୍ତ ରହିବାର ସର୍ତ୍ତ ରଖି ଅଦାଲତ ଦୁହିଁଙ୍କୁ ଜାମିନ ଦେଇଥିବା ବେଳେ ଆଜି ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହାର ଉଲଂଘନ କରିଥିବାରୁ ମହାରାଷ୍ଟ୍ର ସରକାର ଦୁହିଁଙ୍କ ଜାମିନ ବାତିଲ ପାଇଁ ଆବେଦନ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe