ହିନ୍ଦୀ ଭାଷା ବାଧ୍ୟତାମୂଳକ ନିଷ୍ପତ୍ତରୁ ପଛକୁ ହଟିଲେ ମହାରାଷ୍ଟ୍ର ସରକାର

ବିଭିନ୍ନ ମହଲରୁ ବିବାଦ ଉଠିବା ପରେ ମହାରାଷ୍ଟ୍ରରେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରିବା ନିଷ୍ପତ୍ତିକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ନିର୍ଦ୍ଦେଶ ଜାରି କରିଛନ୍ତି । 

debendra fadnabis

ମୁମ୍ବାଇ: ବିଭିନ୍ନ ମହଲରୁ ବିବାଦ ଉଠିବା ପରେ ମହାରାଷ୍ଟ୍ରରେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରିବା ନିଷ୍ପତ୍ତିକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ନିର୍ଦ୍ଦେଶ ଜାରି କରିଛନ୍ତି । 

ମହାରାଷ୍ଟ୍ର କ୍ୟାବିନେଟରେ ଶିବସେନା ମନ୍ତ୍ରୀ ଗୁଲାବରାଓ ପାଟିଲ, ସମ୍ଭୁରାଜ ଦେଶାଇ ଏବଂ ଦାଦା ଭୁସେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରିବା ଉପରେ ସ୍ଥଗିତ ରଖିବାକୁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହାର ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତ୍ରିସୂତ୍ରୀ ଭାଷା ଉପରେ କମିଟି ଏକ ରିପୋର୍ଟ ପ୍ରସ୍ତୁତ କରିବ, ସେପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଛି।

ମହାରାଷ୍ଟ୍ର କ୍ୟାବିନେଟରେ ଶିବସେନା ମନ୍ତ୍ରୀ ଗୁଲାବରାଓ ପାଟିଲ, ସମ୍ଭୁରାଜ ଦେଶାଇ ଏବଂ ଦାଦା ଭୁସେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରିବା ଉପରେ ସ୍ଥଗିତ ରଖିବାକୁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହାର ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି।

ସାମ୍ବାଦିକ ସମ୍ମିଳନୀ ସମୟରେ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି, "ସରକାର ତିନି ଭାଷା ନୀତି ଉପରେ ଜାରି ହୋଇଥିବା ଉଭୟ ଜିଆରକୁ ବାତିଲ କରିଛନ୍ତି। ତିନି ଭାଷା ନୀତିକୁ କାର୍ଯ୍ୟକାରୀ କରିବା ପାଇଁ କମିଟି ଗଠନ କରାଯାଇଛି। ଆଜି କ୍ୟାବିନେଟ ବୈଠକରେ, ଆମେ ନିଷ୍ପତ୍ତି ନେଇଛୁ ଯେ ତିନି ଭାଷା ନୀତିକୁ କିପରି କାର୍ଯ୍ୟକାରୀ କରାଯିବ ତାହା ବିଚାର କରିବା ପାଇଁ ଡକ୍ଟର ନରେନ୍ଦ୍ର ଜାଧବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଏହି କମିଟି ସମସ୍ତ ସମ୍ପୃକ୍ତ ପକ୍ଷଙ୍କ ସହିତ ଆଲୋଚନା କରିବ ଏବଂ କେବଳ ଏହାର ରିପୋର୍ଟ ଆଧାରରେ ତିନି ଭାଷା ନୀତିକୁ କାର୍ଯ୍ୟକାରୀ କରାଯିବ। ତେଣୁ, ତିନି ଭାଷା ନୀତି ଉପରେ ଜାରି ହୋଇଥିବା ଉଭୟ ସରକାରୀ ନିର୍ଦ୍ଦେଶ (ଜିଆର) ବାତିଲ କରାଯାଉଛି। ଆମ ପାଇଁ, ମରାଠୀ ଏହି ନୀତିର କେନ୍ଦ୍ରୀୟ ବିନ୍ଦୁ ରହିବ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe