ମହାରାଷ୍ଟ୍ର ସରକାର ଲାଗୁ କଲେ ୟୁନିଫାଏଡ୍ ପେନସନ୍ ଯୋଜନା

କେନ୍ଦ୍ର କ୍ୟାବିନେଟ୍ ଶନିବାର ନୂଆ ପେନସନ୍ ଯୋଜନା ୟୁନିଫାଏଡ୍ ପେନସନ୍ ଯୋଜନା (ୟୁପିଏସ)କୁ ଅନୁମୋଦନ କରିଛି। ଏହାପରେ ଏବେ ରାଜ୍ୟଗୁଡ଼ିକ ମଧ୍ୟ ଏହି ପେନସନ୍ ଯୋଜନାକୁ ଲାଗୁ କରିବାକୁ ଆଗେଇ ଆସୁଛନ୍ତି।  ରବିବାର ମହାରାଷ୍ଟ୍ର କ୍ୟାବିନେଟ୍ ମଧ୍ୟ ଏହି ପେନସନ୍ ଯୋଜନାକୁ ଅନୁମୋଦନ କରିଛି।

ଏକନାଥ ସିନ୍ଦେ ଆମ ନେତା ଜଣାଇ ମହାରାଷ୍ଟ୍ର ଉପବାଚସ୍ପତିଙ୍କୁ ପତ୍ର ଲେଖିଲେ ୩୭ ବିଦ୍ରୋହୀ ବିଧାୟକ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ଶନିବାର ନୂଆ ପେନସନ୍ ଯୋଜନା ୟୁନିଫାଏଡ୍ ପେନସନ୍ ଯୋଜନା (ୟୁପିଏସ)କୁ ଅନୁମୋଦନ କରିଛି। ଏହାପରେ ଏବେ ରାଜ୍ୟଗୁଡ଼ିକ ମଧ୍ୟ ଏହି ପେନସନ୍ ଯୋଜନାକୁ ଲାଗୁ କରିବାକୁ ଆଗେଇ ଆସୁଛନ୍ତି। 

ରବିବାର ମହାରାଷ୍ଟ୍ର କ୍ୟାବିନେଟ୍ ମଧ୍ୟ ଏହି ପେନସନ୍ ଯୋଜନାକୁ ଅନୁମୋଦନ କରିଛି। ଏହି ଯୋଜନାରେ ସରକାରୀ କର୍ମଚାରୀଙ୍କୁ ୫୦% ନିଶ୍ଚିତ ପେନସନ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହି ଯୋଜନାରେ ନିଶ୍ଚିତ ପାରିବାରିକ ପେନସନ୍, ନିଶ୍ଚିତ ସର୍ବନିମ୍ନ ପେନସନ୍, ମୁଦ୍ରାସ୍ଫୀତି ସହ ସୂଚକାଙ୍କ ଏବଂ ଗ୍ରାଚ୍ୟୁଇଟି ବ୍ୟତୀତ ଅତିରିକ୍ତ ଦେୟ ମଧ୍ୟ ଅନ୍ତର୍ଭୁକ୍ତ। ଏହି ଯୋଜନାଦ୍ୱାରା ୨୩ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଉପକୃତ ହେବେ । ଯଦି ରାଜ୍ୟ ସରକାରଙ୍କ କର୍ମଚାରୀ ମାନେ ମଧ୍ୟ ଏଥିରେ ସାମିଲ ହୁଅନ୍ତି ତେବେ ପ୍ରାୟ ୯୦ ଲକ୍ଷ କର୍ମଚାରୀ ଏହି ଯୋଜନାର ଲାଭ ପାଇବେ ।

ୟୁନିଫାଇଡ୍ ପେନସନ୍ ଯୋଜନାରେ ଅବସର ନେବାର ୧୨ ମାସର ହାରାହାରି ମୂଳ ବେତନର ୫୦% ପେନସନ୍ ରାଶି ହେବ। ଏହି ପେନସନ ପାଇଁ ସେବା ଯୋଗ୍ୟତା ୨୫ ବର୍ଷ ହେବ । ଯେଉଁ କର୍ମଚାରୀମାନେ ୨୫ ବର୍ଷ ଚାକିରି କରିବେ ସେମାନେ ଏହି ନିଶ୍ଚିତ ପେନସନର ଲାଭ ପାଇବେ । ସେହିପରି ଯଦି କର୍ମଚାରୀଙ୍କର ୨୫ ବର୍ଷରୁ କମ୍ ଓ ୧୦ ବର୍ଷରୁ ଅଧିକ ଚାକିରି ଅଛି, ତେବେ ସେହି କର୍ମଚାରୀଙ୍କୁ ସେବା ଅନୁପାତରେ ପେନସନ୍ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe