ମହାରାଷ୍ଟ୍ରରେ ସରକାର ଗଠନନେଇ ଅଚଳାବସ୍ଥା ଜାରି

ବିଧାୟକଙ୍କୁ ହୋଟେଲରେ ରଖିଲା ଶିବସେନା ଓ କଂଗ୍ରେସ

ମହାରାଷ୍ଟ୍ରରେ ସରକାର ଗଠନନେଇ ଅଚଳାବସ୍ଥା ଜାରି

ମୁମ୍ୱାଇ: ଆସନ୍ତାକାଲି ମହାରାଷ୍ଟ୍ରରେ ଚଳିତ ବିଧାନସଭାର କାର୍ଯ୍ୟକାଳ ସରୁଥିବା ବେଳେ ରାଜ୍ୟର ଦୁଇ ସହଯୋଗୀ ବିଜେପି ଓ ଶିବସେନା ମଧ୍ୟରେ ସହମତି ନ ହେବା ଯୋଗୁଁ ପରିସ୍ଥିତ ଜଟିଳ ହେବାରେ ଲାଗିଛି। ଏଣେ ଶିବସେନା ନିଜର ସମସ୍ତ ୫୬ ବିଧାୟକଙ୍କୁ ମୁମ୍ବାଇର ଏକ ହୋଟେଲରେ ରଖିଛି। ତେଣେ କଂଗ୍ରେସ ବି ନିଜର ୪୪ ବିଧାୟକଙ୍କୁ ରାଜସ୍ଥାନର ଜୟପୁରରେ ରଖିବାରେ ଲାଗିଛି। ଉଭୟ ଦଳର ଡର କାଳେ ସେମାନଙ୍କ ବିଧାୟକଙ୍କୁ ବିଜେପି ନିଜପଟକୁ କରିନେବ ।

publive-image image-asian age

ଏଭଳି ସ୍ଥିତିରେ ବି ଉଭୟ ବିଜେପି-ଶିବସେନା ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ବିଜେପି ପ୍ରୟାସ କରୁଛି ବୋଲି ଶିବସେନା ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି। । ତେବେ ମୁଖ୍ୟମନ୍ତ୍ରୀ ଆସନ ନେଇ ଆଗକୁ ଲଢ଼େଇ ଜାରି ରହିବ ବୋଲି ସେ ପୁଣି ଥରେ ଦୋହରାଇଛନ୍ତି।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ବିଜେପି ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ବିଜୟୀ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe