ସୁପ୍ରିମ କୋର୍ଟରେ ମହାରାଷ୍ଟ୍ର ମାମଲାର ଶୁଣାଣି ଜାରି

Advertisment
ସୁପ୍ରିମ କୋର୍ଟରେ ମହାରାଷ୍ଟ୍ର ମାମଲାର ଶୁଣାଣି ଜାରି

ନୂଆଦିଲ୍ଲୀ : ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ଶିବ ସେନା, ଏନସିପି ଓ କଂଗ୍ରେସ ପକ୍ଷରୁ ସୁପ୍ରିମ କୋର୍ଟରେ ଆଜି ଯେଉଁ ପିଟିସନ ଦାଖଲ କରାଯାଇଛି ତାହାର ଆଜି (ରବିବାର) ଦିନ ୧୧ଟା ୩୦ ମିନିଟରେ ଶୁଣାଣି ଆରମ୍ଭ ହୋଇଛି। ଏଥିରେ ସମସ୍ତ ପକ୍ଷର ଓକିଲ ଉପସ୍ଥିତ ଅଛନ୍ତି। ଏଥିଲାଗି ସୁପ୍ରିମ୍ କୋର୍ଟର ୩ ଜଣିଆ ଖଣ୍ଡପୀଠରେ ଚାଲିଛି ମହାରାଷ୍ଟ୍ର ମାମଲାର ଶୁଣାଣି ଜାରି ରହିଛି।ଏଥିରେ ସମସ୍ତ ପକ୍ଷର ଓକିଲ ନିଜନିଜର ମତ ରଖୁଛନ୍ତି। ଏଥିରେ କପିଲ ଶିବଲ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଅପରପକ୍ଷରେ ବିଜେପିର ପକ୍ଷ ରଖୁଥିବା ମୁକୁଲ ରୋହତଗୀ କହିଛନ୍ତି ଯେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବଦଳାଯାଇପାରିବ ନାହିଁ। ସୁପ୍ରିମ୍‌ କୋର୍ଟର ୩ ଜଣିଆ ଖଣ୍ଡପୀଠ ସମସ୍ତ ପକ୍ଷର କଥା ଶୁଣିବାପରେ କି ରାୟ ଦେଉଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର।

publive-image Image source-- newsclick

ସୂଚନାଯୋଗ୍ୟ,ଏହି ପିଟିସନରେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବେଆଇନ ଦର୍ଶାଯିବା ସହିତ ଫଡନାଭିସଙ୍କୁ ୨୪ ଘଣ୍ଟା ଭିତରେ ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବା ପାଇଁ ନିର୍ଦେଶ ଦେବାକୁ ଦାବି କରାଯାଇଥିଲା। ଫଡ଼ନାଭିସ୍‌ଙ୍କୁ ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ରଦ୍ଦ କରିବାକୁ ବି ଦାବି କରିଛନ୍ତି ଶିବ ସେନା-ଏନ୍ସିପି-କଂଗ୍ରେସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe