ଏମିକସ୍‌ କ୍ୟୁରି ନିଯୁକ୍ତ, ପରବର୍ତ୍ତୀ ଶୁଣାଣି ୩୦ରେ

ଏମିକସ୍‌ କ୍ୟୁରି ନିଯୁକ୍ତ, ପରବର୍ତ୍ତୀ ଶୁଣାଣି ୩୦ରେ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ହତ୍ୟା ମାମଲାର ପୁନଃ ତଦନ୍ତ ପାଇଁ ହୋଇଥିବା ଆବେଦନ ଉପରେ ସୁପ୍ରିମ୍‌ କୋର୍ଟ ଆଜି ଶୁଣାଣି କରିଛନ୍ତି। ଏହି ମାମଲାରେ କୋର୍ଟ ଆମିକସ୍‌ କ୍ୟୁରି (ନ୍ୟାୟ ମିତ୍ର) ନିଯୁକ୍ତି ଦେଇଛନ୍ତି ଏବଂ ଆବେଦନକାରୀଙ୍କୁ ଉଦ୍ଦେଶ୍ୟ ଏବଂ ବାସ୍ତବ ସ୍ଥିତି ସଂପର୍କରେ କେତେକ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ଏ ବାବଦରେ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୦ ତାରିଖରେ କରିବାକୁ କୋର୍ଟ ଧାର୍ଯ୍ୟ କରିଛନ୍ତି। ୧୯୪୮ ମସିହା ଜାନୁଆରି ୩୦ ତାରିଖରେ ଗାନ୍ଧିଜୀଙ୍କୁ ତିନିଟି ନୁହେଁ ଚାରିଟି ଗୁଳି ମରାଯାଇଥିଲା। ନାଥୁରାମ ଗଡ୍‌ସେଙ୍କ ବ୍ୟତୀତ ସେଠାରେ ଅନ୍ୟ କେହି ଆତତାୟୀ ବି ଥିଲେ। ଏହି ଆତତାୟୀ କିଏ ବା ଚତୁର୍ଥ ଗୁଳି କିଏ ଚଳାଇଥିଲା ସେ ବିଷୟରେ ସେ ସମୟରେ ଠିକ୍‌ ଭାବେ ତଦନ୍ତ କରାଯାଇନଥିବାରୁ ଗାନ୍ଧୀ ହତ୍ୟାକାଣ୍ଡର କେସ୍‌ ରିଓପନ୍‌ କରିବାକୁ ସୁପ୍ରିମ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ ନିଜକୁ ବୀର ସଭରକରଙ୍କ ଅନୁଗାମୀ କହୁଥିବା ଡ. ପଙ୍କଜ ଫଡ୍‌ନିସ୍‌। ସୁପ୍ରିମକୋର୍ଟ ଆଜି ଆଜି ଏ ବାବଦରେ କେତେକ ପ୍ରଶ୍ନ ଉଠାଇଛନ୍ତି। ଆବେଦନକାରୀ ଯେଉଁ ତୃତୀୟ ବ୍ୟକ୍ତିର କଥା ଉଠାଇଛନ୍ତି ସେ ଏବେ ଜୀବିତ ଅଛନ୍ତି କି ଏବଂ ସେ କୋର୍ଟରେ ହାଜର ହୋଇପାରିବେ କି ବୋଲି ବୋଲି କୋର୍ଟ ଆବେଦନକାରୀଙ୍କୁ ପ୍ରଶ୍ନ କରିଛନ୍ତି। ଏହି ମାମଲାରେ କୌଣସି ସଂଗଠନକୁ ଦାୟୀ କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ତେବେ ନ୍ୟାୟମିତ୍ରଙ୍କ ପରମର୍ଶ ଆଧାରରେ ମାମଲା ଆଗକୁ ବଢ଼ିବ ବୋଲି କୋର୍ଟ କହିଛନ୍ତି। ପଙ୍କଜ ଫଡ୍‌ନିସ୍‌ଙ୍କ କହିବା କଥା ହେଲା ଗାନ୍ଧୀଜୀଙ୍କ ହତ୍ୟା ଖବର ପ୍ରକାଶ କରିଥିବା ସେ ଦିନର ପ୍ରାୟ ସବୁ ଖବରକାଗଜ ୪ଟି ଗୁଳି ଫୁଟିଥିବା ଦର୍ଶାଇଥିଲେ। ତେବେ ନାଥୁରାମ ଗଡ୍‌ସେଙ୍କଠାରୁ ଘଟଣାସ୍ଥଳରେ ଯେଉଁ ପିସ୍ତଲ ଜବତ ହୋଇଥିଲା ତାହା ୭ଟି ଗୁଳିବିଶିଷ୍ଟ ଥିଲା। ଜବତ ହେବା ବେଳେ ପିସ୍ତଲରେ ୪ଟି ଜୀବନ୍ତ ଗୁଳି ଥିଲା। ଅର୍ଥାତ ସେଥିରୁ ୩ଟି ଗୁଳି ଚାଲିଥିଲା। ଗାନ୍ଧୀଜୀଙ୍କ ମର ଶରୀରକୁ ଗାଧୋଇ ଦେବା ବେଳେ ଚତୁର୍ଥ ଗୁଳିଟି ମିଳିଥିଲା। ଏହି ଗୁଳିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଙ୍କଜ। ସେ ଦର୍ଶାଇଛନ୍ତି, ଏହି ହତ୍ୟାକାଣ୍ଡର ତଦନ୍ତ କରୁଥିବା କପୁର କମିଟି କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଅଣଦେଖା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe