ମହାତ୍ମା ଗାନ୍ଧୀଙ୍କ ୧୯୩୭ର ଲେଖା ଭାଇରାଲ: ମନ୍ଦିର ଭାଙ୍ଗି ତିଆରି ହୋଇଥିବା ମସଜିଦ୍‌ ଦାସତ୍ବର ଚିହ୍ନ

ମହାତ୍ମା ଗାନ୍ଧୀଙ୍କ ୧୯୩୭ର ଲେଖା ଭାଇରାଲ: ମନ୍ଦିର ଭାଙ୍ଗି ତିଆରି ହୋଇଥିବା ମସଜିଦ୍‌ ଦାସତ୍ବର ଚିହ୍ନ

ନୂଆଦିଲ୍ଲୀ: ଦେଶରେ ଏବେ ମନ୍ଦିର-ମସଜିଦ୍‌ ବିବାଦ ଚାଲିଛି। ବାରଣାସୀର ଜ୍ଞାନବାପି ମସଜିଦରେ ଶିବ ଲିଙ୍ଗ ଥିବା ହିନ୍ଦୁପକ୍ଷ ଦାବି କରିବା ପରେ ଏହାର ଭିଡିଓଗ୍ରାଫି ସର୍ଭେ ହୋଇଛି। ଉକ୍ତ ମାମଲାର ବିଚାର ‌ଏବେ ଅଦାଲତରେ ଚାଲିଛି। କେବଳ ଜ୍ଞାନବାପି ନୁହେଁ ଦେଶର ଅନ୍ୟାନ୍ୟ ସ୍ଥାନରୁ ମଧ୍ୟ ସମାନ ଧରଣର ଦାବି ହେଉଛି। ଏଭଳି ସ୍ଥିତିରେ ୧୯୩୭ ମସିହା ଜୁଲାଇ ୨୭ ତାରିଖରେ ନବଜୀବନ ପତ୍ରିକାରେ ମହାତ୍ମା ଗାନ୍ଧୀ ଲେଖିଥିବା ଏକ ସମ୍ବାଦ କ୍ଲିପିଂ ଭାଇରାଲ ହୋଇଛି। ରାମ ଗୋପାଳ ଶରଦଙ୍କ ଚିଠିର ଉତ୍ତରରେ ଗାନ୍ଧୀ ଲେଖିଥିଲେ କୌଣସି ଉପାସନାସ୍ଥଳୀକୁ ଭାଙ୍ଗିବା ଏକ ଜଘନ୍ୟ ପାପ। ମୋଗଲ ଶାସନ ସମୟରେ ଧର୍ମାନ୍ଧତା କାରଣରୁ ହିନ୍ଦୁମାନଙ୍କର ଅନେକ ଉପାସନା ସ୍ଥଳକୁ କବ୍‌ଜାକୁ ନିଆଯାଇଥିଲା।

ଏଥିରୁ ଅନେକ ସ୍ଥାନରେ ଲୁଟ୍ କରାଯାଇଥିଲା, ନଷ୍ଟ କରାଯାଇଥିଲା ଏବଂ ମସଜିଦ୍‌ରେ ରୂପାନ୍ତରିତ କରାଯାଇଥିଲା। ଯଦିଓ ଉଭୟ ମନ୍ଦିର ଏବଂ ମସଜିଦ୍‌ ଭଗବାନଙ୍କ ପବିତ୍ର ଆରଧାନା ସ୍ଥଳ ଏବଂ ଏହି ଦୁଇଟି ସ୍ଥାନ ମଧ୍ୟରେ କୌଣସି ପାର୍ଥକ୍ୟ ‌ନାହିଁ, କିନ୍ତୁ ଉଭୟ ହିନ୍ଦୁ ଓ ମୁସଲମାନମାନଙ୍କ ଉପାସନା ପଦ୍ଧତି ଭିନ୍ନ ଭିନ୍ନ। ଧାର୍ମିକ ଦୃଷ୍ଟିକୋଣରୁ ଜଣେ ମୁସଲମାନ ଉପାସନା କରୁଥିବା ମସଜିଦକୁ ଜଣେ ହିନ୍ଦୁ ଲୁଟ୍‌ କରିଲେ ତାହାକୁ କୌଣସି ମୁସଲମାନ ସହ୍ୟ କରିପାରିବ ନାହିଁ। ସେହିଭଳି ହିନ୍ଦୁଙ୍କ ଉପାସନା ପୀଠ ଯଥା ରାମ, କୃଷ୍ଣ, ବିଷ୍ଣୁ ଓ ଅନ୍ୟ ଦେବଦେବୀ ମନ୍ଦିରର ଧ୍ବଂସକୁ ମଧ୍ୟ କୌଣସି ହିନ୍ଦୁ ସହ୍ୟ କରିପାରି‌ବ ନାହିଁ। ଯେଉଁଠି ଏସବୁ ଘଟଣା ଘଟିଛି ତାହା ଗୋଲାମୀର ଚିହ୍ନ। ଏହାକୁ ନେଇ ଯେଉଁଠି ବିବାଦ ଦେଖା ଦେଉଛି ସେଠାରେ ହିନ୍ଦୁ ଓ ମୁସଲମାନମାନେ ପରସ୍ପର ମଧ୍ୟରେ ତାହାର ସମାଧାନ କରିବା ଆବଶ୍ୟକ ବୋଲି ଗାନ୍ଧୀଜୀ ଲେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe