ନୂଆଦିଲ୍ଲୀ: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀ ନୀଲମ୍ବେନ୍ ପାରିଖଙ୍କର ମଙ୍ଗଳବାର ଗୁଜରାଟର ନବସାରୀରେ ୯୩ ବର୍ଷ ବୟସରେ ପରଲୋକ ଘଟିଛି। ନୀଲମ୍ବେନ୍ ହେଉଛନ୍ତି ମହାତ୍ମା ଗାନ୍ଧୀଙ୍କ ପୁଅ ହରିଦାସ ଗାନ୍ଧୀଙ୍କ ନାତୁଣୀ। ନୀଲମ୍ବେନ୍ ପୁଅ ଡକ୍ଟର ସମୀର ପାରିଖଙ୍କ ସହ ନବସାରୀ ଜିଲ୍ଲାରେ ରହୁଥିଲେ। ଆଜି ସକାଳେ ନୀଲମ୍ବେନ୍ଙ୍କ ବାସଭବନରୁ ତାଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଥିଲା। ବୀରୱାଲ ଶ୍ମଶାନରେ ତାଙ୍କ ଶବଦାହ କରାଯାଇଛି। ନୀଲମ୍ବେନ୍ ଗାନ୍ଧୀବାଦୀ ବିଚାରଧାରାରେ ବିଶ୍ବାସ କରୁଥିଲେ। ସେ ସତ୍ୟ ଓ ଅହିଂସା ପାଇଁ ତାଙ୍କ ଜୀବନକୁ ସମର୍ପଣ କରିଥିଲେ ଏବଂ ଜୀବନ ତମାମ ମାନବ କଲ୍ୟାଣ ଦିଗରେ କାର୍ଯ୍ୟ କରିଥିଲେ।
ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀ ନୀଲମ୍ବେନ୍ ପାରିଖଙ୍କ ପରଲୋକ
Advertisment
Follow Us