ଭାରତ ଯୋଡ଼ୋ ଯାତ୍ରା: ଯୋଗଦେଲେ ମହାତ୍ମା ଗାନ୍ଧୀଙ୍କ ଅଣନାତି

ଭାରତ ଯୋଡ଼ୋ ଯାତ୍ରା: ଯୋଗଦେଲେ ମହାତ୍ମା ଗାନ୍ଧୀଙ୍କ ଅଣନାତି

ସେଗାଓଁ : ମହାରାଷ୍ଟ୍ରର ବୁଲଧନା ଜିଲ୍ଲାରେ ଶୁକ୍ରବାର ଦିନ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେଇଛନ୍ତି। ନଭେମ୍ବର ୭ ତାରିଖରୁ ମହାରାଷ୍ଟ୍ରରେ ପ୍ରବେଶ କରିଥିବା ଭାରତ ଯୋଡ଼ୋ ଯାତ୍ରା ଆଜି ସକାଳ ୬ଟା ସମୟରେ ଅକୋଲା ଜିଲ୍ଲାର ବାଲାପୁରରୁ ଆରମ୍ଭ ହୋଇ କିଛି ଘଣ୍ଟା ପରେ ଶେଗାଓଁରେ ପହଞ୍ଚିଥିଲା। ଶେଗାଓଁରୁ ମହାତ୍ମାଙ୍କ ଅଣନାତି ତଥା ଲେଖକ ଓ ସାମାଜିକ କର୍ମୀ ତୁଷାର ଗାନ୍ଧି ଯାତ୍ରାରେ ଯୋଗ ଦେଇଥିଲେ। ଭାରତ ଯୋଡ଼ୋ ଯାତ୍ରାରେ ତୁଷାର ଗାନ୍ଧିଙ୍କ ଯୋଗଦାନକୁ କଂଗ୍ରେସ ଐତିହାସିକ କହିଛି।

ଉଲ୍ଲେଖଯୋଗ୍ୟ, ତୁଷାର ଗାନ୍ଧି ଗତକାଲି ଏକ ଟ୍ବିଟ୍‌ କରି କହିଥିଲେ, ଆସନ୍ତାକାଲି ମୁଁ ଶେଗାଓଁରେ ଭାରତ ଯୋଡ଼ୋ ଯାତ୍ରାରେ ଯୋଗଦେବି। ‌ଶେଗାଓଁ ହେଉଛି ମୋ ଜନ୍ମସ୍ଥଳ। ମୋ ମା’ ଯାତ୍ରା କରୁଥିବା ‌ଟ୍ରେନ୍‌ ଶେଗାଓଁ ଷ୍ଟେସନ୍‌ରେ ଅଟକିବା ସମୟରେ ମୁଁ ୧୭ ଜାନୁଆରି ୧୯୬୦ରେ ଜନ୍ମ ହୋଇଥିଲି ବୋଲି ତୁଷାର ଗାନ୍ଧି ଟ୍ବିଟ୍‌ରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe