ହରିୟାଣା: ହରିୟାଣାର ମହେନ୍ଦ୍ରଗଢ଼ ଜିଲ୍ଲାର କନିନାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଚୌକିରେ ବସି କଥା ହେଉଥିବା ସମୟରେ ହୋଟେଲ ମାଲିକଙ୍କ ମୃତ୍ୟୁ ହେବା ଘଟଣା ସମସ୍ତଙ୍କୁ ଚିକିତ କରିଛି। ମୃତ୍ୟୁର ସିଧାସଳଖ ଦୃଶ୍ୟ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି କ୍ୟାମେରାରେ କୈଦ ହୋଇଯାଇଥିଲା। ମୃତ ହୋଟେଲ ମାଲିକଙ୍କ ନାମ ସୁନୀଲ ଶର୍ମା ଥିବା ଜଣାପଡ଼ିଛି। 

Advertisment

ଅଧିକପଢ଼ନ୍ତୁ:ଅଷ୍ଟ୍ରେଲିଆର ସିଡନୀରେ ପହଲଗାମ ଭଳି ଘଟଣା: ଆଖିବୁଜା ଗୁଳିଚାଳନା, ଅନେକ ଲୋକଙ୍କ ମୃତ୍ୟୁ

ଟଳି ପଡ଼ିଲେ ହୋଟେଲେ ମାଲିକ

ସୂଚନାଯୋଗ୍ୟ, କନିନା ଗ୍ରାମର ଗାହଡ଼ାସ୍ଥିତ ସୁରଜ ହୋଟେଲର ମାଲିକ ହେଉଛନ୍ତି ସୁନୀଲ ଶର୍ମା। ସୁନୀଲ ତାଙ୍କ ହୋଟେଲକୁ ଭଡ଼ାରେ ଦେଇ ପଶୁ ଆହାରା ତିଆରି କରିବାର ସହିତ ରାଜସ୍ଥାନରେ ଠିକାଦାର ଭାବେ କାମ କରୁଥିଲେ। ଗତ ଶୁକ୍ରବାର ସନ୍ଧ୍ୟାରେ ସୁନୀଲ ଖାଇ ସାରି ଘର ବାହାରେ କିଛି ସମୟ ବୁଲାବୁଲି କରିଥିଲେ। ଏହାପରେ ସେ ହୋଟେଲର ଭଲମନ୍ଦ ବୁଝିବାକୁ ଯାଇ ପହଞ୍ଚିଥିଲେ। 

ହୋଟେଲର କାଉଣ୍ଟର ନିକଟରେ ପଡ଼ିଥିବା ଏକ ଚୌକିରେ ଯାଇ ବସି ସେ ଫୋନ ‌ଦେଖିବାରେ ବ୍ୟସ୍ତ ହୋଇଯାଇଥିଲେ। କିଛିସମୟ ପରେ ହଠାତ ସେ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ତୁରନ୍ତ ସୁନୀଲଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ନେଇ ଯାଇଥିଲେ। ହେଲେ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁନୀଲଙ୍କ ହଠାତ ଏଭଳି ମୃତ୍ୟୁକୁ ପରିବାରଲୋକ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ସ୍ବାମୀଙ୍କୁ ହରାଇ କାନ୍ଦୁଛନ୍ତି ସ୍ତ୍ରୀ, ବାପାଙ୍କୁ ଝୁରୁଛନ୍ତି ପୁଅ ଓ ଝିଅ।

ଅଧିକପଢ଼ନ୍ତୁ:ଦିଲ୍ଲୀ ପୁଲିସର କର୍ମଚାରୀଙ୍କୁ ଅବସର ଦିନ ମିଳିବ ସମ୍ମାନଜନକ ପଦବି