ସିଡନୀ: ରବିବାର ଦିନ ଅଷ୍ଟ୍ରେଲିଆର ସବୁଠାରୁ ପ୍ରସିଦ୍ଧ ବେଳାଭୂମି ମଧ୍ୟରୁ ଗୋଟିଏ ସିଡନୀର ବଣ୍ଡି ବିଚ୍ରେ ଆତଙ୍କ ଖେଳିଯାଇଛି। ଅଷ୍ଟ୍ରେଲିଆର ସିଡନୀରେ ପହଲଗାମ ଭଳି ଘଟଣା ଘଟିଛି। ଆଖିବୁଜା ଗୁଳି ଚାଳନା ଖବର ପରେ ବହୁ ସଂଖ୍ୟକ ଲୋକ ନିଜ ଜୀବନ ବଞ୍ଚାଇବାକୁ ଦୌଡୁଥିବାର ଦେଖାଯାଇଛି। ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ନ୍ୟୁ ସାଉଥ୍ ୱେଲ୍ସ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଞ୍ଚଳକୁ ସିଲ୍ କରିଦେଇଛି। ଲୋକମାନଙ୍କୁ ସେଠାରୁ ଦୂରେଇ ରହିବା ଏବଂ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଅପିଲ୍ କରାଯାଇଛି।
ଆହୁରି ପଢ଼ନ୍ତୁ:Nepal Lift Ban: ଭାରତୀୟ ଟଙ୍କାକୁ ନେଇ ବଡ଼ ଖବର: ଏବେ ନେପାଳରେ ଚଳିବ ୨୦୦-୫୦୦ ଟଙ୍କିଆ ନୋଟ୍
ନ୍ୟୁ ସାଉଥ୍ ୱେଲ୍ସ ପୋଲିସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛି ଯେ ବଣ୍ଡି ବିଚ୍ ପ୍ରିସିଙ୍କ୍ଟରେ ପରିସ୍ଥିତି ଅସ୍ପଷ୍ଟ, କିନ୍ତୁ ପୋଲିସ ମୁତୟନ କରାଯାଇଛି ଏବଂ ପରିସ୍ଥିତିର ମୂଲ୍ୟାଙ୍କନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ଥିବା ଲୋକମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ଏବଂ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରିଛି।
୧୦ ଜଣଙ୍କ ମୃତ୍ୟୁ ଆଶଙ୍କା
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କିଛି ମୁହୂର୍ତ୍ତ ମଧ୍ୟରେ ଅନେକ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ମିଳିଥିଲା। ପ୍ରାରମ୍ଭରେ କେହି ଆହତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇ ନଥିଲା। ତଥାପି, କିଛି ଗଣମାଧ୍ୟମ ରିପୋର୍ଟରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସିଡନୀ ମର୍ଣ୍ଣିଂ ହେରାଲ୍ଡ, ଅନେକ ପ୍ରତ୍ୟକ୍ଷଦର୍ଶୀଙ୍କ ଉଦ୍ଧୃତି ଦେଇ ରିପୋର୍ଟ କରିଛି ଯେ, ଗୁଳି ଫୁଟିବାର ଶବ୍ଦ ଶୁଣାଯାଉଥିଲା, ଯାହା ଫଳରେ ବେଳାଭୂମିରେ ଥିବା ଲୋକମାନେ ଭୟଭୀତ ହୋଇ ଦୌଡ଼ାଦୌଡ଼ି କରିବା ଆରମ୍ଭ କରିଥିଲେ।
🚨New Video🚨
— ClashRoot (@ClashRoot) December 14, 2025
A Horrifying attack has taken place in Australia
A Shooter Opened fire at Bondi Beach and there seems to be at least 10 Injured.
apparently it was a jewish event ( I’m assuming Hanukkah related )#BondiBeach#terrorattack#Sydney#Australiapic.twitter.com/WwguSU1b5r
ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ
ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓଗୁଡ଼ିକରେ ଲୋକମାନେ ବଣ୍ଡି ବିଚ୍ ଉପରେ ଦୌଡ଼ୁଥିବାର ଦେଖାଯାଉଛି। ଏହା ସହିତ ଗୁଳିଚାଳନା ଏବଂ ପୁଲିସ ସାଇରନର ଶବ୍ଦ ଶୁଣାଯାଉଛି। ତଥାପି, ସମ୍ବାଦ ସଂସ୍ଥା ରଏଟର୍ସ ସ୍ୱାଧୀନ ଭାବରେ ଏହି ଭିଡିଓଗୁଡ଼ିକୁ ଯାଞ୍ଚ କରିନାହିଁ।
ଏହି ସମୟରେ, ଦି ଗାର୍ଡିଆନ୍ ରିପୋର୍ଟ କରିଛି ଯେ, ଏହାର ସାମ୍ବାଦିକମାନେ ଏକ ବ୍ରିଜ୍ ନିକଟରେ କଳା ପୋଷାକ ପିନ୍ଧିଥିବା ଦୁଇଜଣ ବ୍ୟକ୍ତିଙ୍କୁ ଗୁଳି ଚଳାଇବାର ଭିଡିଓ ଦେଖିଛନ୍ତି ଏବଂ ପ୍ରାୟ ୧୨ ଥରରୁ ଅଧିକ ଗୁଳି ଫୁଟୁଥିବାରର ଶବ୍ଦ ଶୁଣିବାକୁ ମିଳୁଛି।
TWITTER HAS CHANGE THE LIKE BUTTON FOR THIS HERO
— ClashRoot (@ClashRoot) December 14, 2025
LET CHECK OUT THIS 💓 💓
SALUTE TO THIS MEN 🫡 🫡
Heroic action that saved lives this morning on Bondi Beach.🙏🙏
What a guy.🫡
#bondibeach#Australia#Sydneypic.twitter.com/VbTsnhfLl4
ଆହୁରି ପଢ଼ନ୍ତୁ:Bridal Skincare Tips:ବିବାହ ପୂର୍ବରୁ ଘରୋଇ ଉପଚାର ମାଧ୍ୟମରେ ତ୍ୱଚାକୁ କିପରି ଚମକାଇବେ, ଆସନ୍ତୁ ଜାଣିବା
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ କାର୍ଯ୍ୟାଳୟ କହିଛି ଯେ, ସରକାର ପରିସ୍ଥିତି ବିଷୟରେ ଅବଗତ ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ମୁଖପାତ୍ର ଏକ ବିବୃତି ଜାରି କରି କହିଛନ୍ତି ଯେ, ବଣ୍ଡି ଅଞ୍ଚଳରେ ସକ୍ରିୟ ସୁରକ୍ଷା ପରିସ୍ଥିତି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/14/pahalgam-like-incident-in-sydney-2025-12-14-16-32-34.jpg)