ବଲିଉଡକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ବଦଳାଇଲେ ମହେଶ ବାବୁ, ଜାଣନ୍ତୁ କ’ଣ କହିଲେ...

Advertisment
ବଲିଉଡକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ବଦଳାଇଲେ ମହେଶ ବାବୁ, ଜାଣନ୍ତୁ କ’ଣ କହିଲେ...

ନୂଆଦିଲ୍ଲୀ: ବଲିଉଡକୁ ନେଇ ସାଉଥ ସୁପରଷ୍ଟାର ମହେଶ ବାବୁ ଗତକାଲି ଆଶ୍ଚର୍ଯ୍ୟ କଲା ଭଳି ବୟାନ ଦେଇଥିଲେ। ବଲିଉଡରୁ ଅଫର ମିଳିବା ନେଇ ପ୍ରଶ୍ନ କରାଯିବା ପ‌ରେ ବଲିଉଡ ମୋତେ ପାରିଶ୍ରମିକ ଦେଇପାରିବ ‌ନାହିଁ ବୋଲି କହିଥଇଲେ ଅଭିନେତା ମହେଶ। ଏଭଳିି ବୟାନଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେବା ସହ କିଛି ଲୋକ ଟ୍ରୋଲ କରିବାରୁ ଏବେ ନିଜ ବୟାନକୁ ନେଇ ସଫେଇ ଦେଇଛନ୍ତି ମହେଶ ବାବୁ।

ସେ କହିଛନ୍ତି ଯେ, ମୁଁ ଦେଇଥିବା ବୟାନକୁ ଭୁଲ ଭାବରେ ଲୋକଙ୍କ ପାଖରେ ପହଞ୍ଚାଯାଇଛି। ମୁଁ ସିନେମାକୁ ଭଲ ପାଏ ଏବଂ ସମସ୍ତ ଭାଷାକୁ ସମ୍ମାନ କରେ। ଯେଉଁ ଇଣ୍ଡଷ୍ଟ୍ରିରେ ମୁଁ କାମ କରୁଛି ସେ ଇଣ୍ଡଷ୍ଟ୍ରିରେ କାମ କରିବାକୁ ମୁଁ ସହଜ ମନେ କରେ। ତେଲୁଗୁ ସିନେମାକୁ ଲୋକେ ପସନ୍ଦ କରିବା ସହ ଏହା ଦେଶର ସବୁ ଜନତାଙ୍କ ପାଖକୁ ଯାଉଥିବା ଦେଖି ମୋର ସ୍ୱପ୍ନ ସାକାର ହୋଇଛି।

ଉଲ୍ଲେଖଯୋଗ୍ୟ, ଅଦିବି ଶେଷଙ୍କ ଫିଲ୍ମ ‘ମେଜର’ର ଟ୍ରେଲର ଲଞ୍ଚ ସମୟରେ ଅଭିନେତା ତାଙ୍କର ବଲିଉଡ ଡେବ୍ୟୁ ବିଷୟରେ ନିଜର ମତ ଦେଇଥିଲେ। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଥିଲେ ଯେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ତାଙ୍କୁ ପାରିଶ୍ରମିକ ଦେଇପାରିବ ନାହିଁ, ତେଣୁ ସେ ଏକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରି ନିଜ ସମୟ ନଷ୍ଟ କରିବେ ନାହିଁ । ହିନ୍ଦୀ ଚଳଚ୍ଚିତ୍ରର ଅଫର ମିଳିଛି କି ବୋଲି ପ୍ରଶ୍ନ କରାଯିବା ପରେ ମହେଶ ବାବୁ କହିଥିଲେ ଯେ, ମୋତେ ବଲିଉଡର ଅନେକ ଫିଲ୍ମ ଅଫର କରାଯାଇଛି। ହେଲେ ମୁଁ ସେସବୁ ଫିଲ୍ମ କରିବାକୁ ମନା କରିଦେଇଛି। କାରଣ ମୋତେ ଲାଗୁନାହିଁ ସେମାନେ ମୋତେ ପାରିଶ୍ରମିକ ଦେଇପାରିବ। ‌ମୁଁ ଏମିତି ଏକ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହେଁ ନାହିଁ ଯିଏ ମୋତେ ପାରିଶ୍ରମିକ ଦେଇପାରିବ ନାହିଁ। ମୋତେ ଏଠାରେ ମିଳିଥିବା ଷ୍ଟାରଡମ୍ ଏବଂ ପ୍ରତିଷ୍ଠା ମୋ ପାଇଁ ବହୁତ ବଡ। ସେଥିପାଇଁ ମୁଁ ମୋର ଇଣ୍ଡଷ୍ଟ୍ରି ଛାଡି ଅନ୍ୟ କୌଣସି ଇଣ୍ଡଷ୍ଟ୍ରିର ଅଂଶ ହେବାକୁ ଚିନ୍ତା କରି ନାହିଁ। ମୁଁ ସବୁବେଳେ ଚଳଚ୍ଚିତ୍ର କରିବା ଏବଂ ବଡ ହେବା ବିଷୟରେ ଚିନ୍ତା କରେ। ମୋର ସ୍ୱପ୍ନ ବର୍ତ୍ତମାନ ସାକାର ହେଉଛି ଏବଂ ଏହାଠାରୁ ମୁଁ ଅଧିକ ଖୁସି ହୋଇପାରିବି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe