କଲୋମ୍ବୋ: ଏକ ବିବାଦୀୟ ପରିସ୍ଥିତି ଭିତରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଏମ ସିରିସେନାଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବା ମହିନ୍ଦ୍ର ରାଜପାକ୍ଷେ ଆଜି ନିଜ ପଦବିରୁ ଇସ୍ତଫା ଦେଇଛନ୍ତି। ରାଜନୈତିକ ବିବାଦ ସାଙ୍ଗକୁ ଶ୍ରୀଲଙ୍କାର ସୁପ୍ରିମ କୋର୍ଟ ଶ୍ରୀ ରାଜପାକ୍ଷେଙ୍କ ନିଯୁକ୍ତି ନେଇ ପ୍ରତିକୂଳ ମନ୍ତବ୍ୟ ଦେବା ପରେ ସେ ତାଙ୍କ ପଦବିରୁ ଇସ୍ତଫା ଦେଇଥିବା ଜଣାଯାଇଛି। ଶ୍ରୀ ରାଜପାକ୍ଷେ ତାଙ୍କ ଦଳ ୟୁନାଇଟେଡ୍ ପିପୁଲ୍ସ ଫ୍ରିଡମ ଆଲାଏନ୍ସ( ୟୁପିଏଫଏ)ର ସାଂସଦମାନଙ୍କୁ ସେ ଇସ୍ତଫା ଦେଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ବୋଲିି ସାଂସଦ ଶେହାନ ସେମାସିଂହେ କହିଛନ୍ତି।
ସୂଚନାଯୋଗ୍ୟ ଯେ ଗତକାଲି ଶ୍ରୀଲଙ୍କାର ସୁପ୍ରିମ କୋର୍ଟ ଗତ ଅକ୍ଟୋବର ମାସ ୨୬ ତାରିଖରୁ ଏକ ବାବାଦୀୟ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିବା ମହିନ୍ଦ୍ର ରାଜପାକ୍ଷେ ପ୍ରଧାନମନ୍ତ୍ରୀଙ୍କ କ୍ଷମତା ବିନିଯୋଗ କରି ପାରିବେ ନାହିଁ ବେଲି ନିର୍ଦ୍ଦେଶ ଦେଇଥିଳେ। ପରେ ମହିନ୍ଦ୍ର ରାଜପାକ୍ଷେଙ୍କ ପୁଅ ନମଲ ରାଜପାକ୍ଷେ ଗତକାଲିି କହିଥିଲେ ଯେ ଦେଶରେ ସ୍ଥିିରତା ରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସେ ( ମହିନ୍ଦ୍ର ରାଜପାକ୍ଷେ) ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ସେହିପରି ସୁପ୍ରମକୋର୍ଟେ ମଧ୍ୟ ଆଉ ଏକ ରୁଲିଂରେ କହିଥିଲେ ଯେ ସଂସଦକୁ ଭାଙ୍ଗିଦେବା ପାଇଁ ରାଷ୍ଟ୍ରପତି ଶ୍ରୀ ସିରିସେନାଙ୍କ ନିର୍ଦ୍ଦେଶ ବେଆଇନ। ଯେତେ ଦିନ ପର୍ଯ୍ୟନ୍ତ ରାଜପାକ୍ଷେ ତାଙ୍କ ନିଯୁକ୍ତି ଆଇନସିଦ୍ଧ ବୋଲି ପ୍ରମାଣିତ କରି ନ ଥିବେ ସେତେଦେିନ ପର୍ଯ୍ୟନ୍ତ ସେ ଓ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ କ୍ଷମତାର ବ୍ୟବହାର କରି ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ।
ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ୍ର ରାଜପାକ୍ଷେ
Advertisment
Follow Us