Advertisment

ଗାଈକୁ ବଞ୍ଚାଇବାକୁ ଯାଇ ରାସ୍ତାରେ ଓଲଟି ୧୦୦ଫୁଟ ପର୍ଯ୍ୟନ୍ତ ଘୋଷାଡ଼ି ହୋଇଗଲା କାର: ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର

Advertisment
mkl;k

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ପ୍ରାୟତଃ ସଡ଼କ ଦୁର୍ଘଟଣା ଘଟିବାର ଖବର ପ୍ରତିଦିନ ସାମ୍ନାକୁ ଆସୁଛି।  ଏହି ଦୁର୍ଘଟଣାଗୁଡ଼ିକ ମଧ୍ୟରୁ କିଛି ମଣିଷର ଅସାବଧାନତା ଯୋଗୁଁ ଘଟୁଥିବା ବେଳେ ଆଉ କିଛି ରାସ୍ତାରେ ବୁଲୁଥିବା ପଶୁମାନଙ୍କ କାରଣରୁ ଘଟିଥାଏ। 

ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜାତୀୟ ରାଜପଥରେ ଯାଉଥିବା ଏକ ଗାଈର ଜୀବନ ବଞ୍ଚାଇବା ପାଇଁ  ଏକ ମହିନ୍ଦ୍ରା ସ୍କୋର୍ପିଓ କାରଟି ଭାରସାମ୍ୟ ହରାଇ ରାସ୍ତାାକୁ ଓଲଟି ପଡ଼ୁଛି। କେବଳ ଏତିକି ନୁହେଁ ଓଲଟି ପଡ଼ିବା ପ‌ରେ କାରଟି ପ୍ରାୟ ୧୦୦ ଫୁଟ ଦୂର ରାସ୍ତାକୁ  ଘୋଷାଡ଼ି ହୋଇ ଚାଲିଯାଉଥିବା ଦେଖିବାକୁ ମିଳୁଛି। କୁହାଯାଉଛି କାରଟି ଦ୍ରୁତଗତିରେ ଆସୁଥିବା ହେତୁ ଭାରସାମ୍ୟ ରକ୍ଷା କରି ପାରିଲା ନାହିଁ। ଫଳସ୍ବରୂପ ରାସ୍ତାରେ ଓଲଟି ପଡ଼ିଲା।

ଦୁର୍ଘଟଣା ପରେ ତୁରନ୍ତ ଢାବାର ଜଣେ ଗାର୍ଡ ଘଟଣାସ୍ଥଳରେ ପହଞ୍ଚି କାର ଭିତରେ ଥିବା ଚାଳକ ଓ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସୌଭାଗ୍ୟବଶତଃ, ସ୍କୋର୍ପିଓରେ ବସିଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାରକୁ ବାହାର କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe