Water Crisis In Madhya Pradesh: ମଧ୍ୟପ୍ରଦେଶର ମହୁରେ ଦୂଷିତ ପାନୀୟ ଜଳ ସଙ୍କଟ: ୧୯ ଶିଶୁଙ୍କ ସମେତ ୨୫ ଅସୁସ୍ଥ

Advertisment

ମଧ୍ୟପ୍ରଦେଶର ଇନ୍ଦୋର ପରେ ମହୁରେ ଦୂଷିତ ପାନୀୟ ଜଳ ବ୍ୟବହାର କରି ଅନେକ ଲୋକ ଅସୁସ୍ଥ ହୋଇଛନ୍ତି। ମହୁ ତହସିଲର ପତ୍ରି ବଜାର କ୍ଷେତ୍ର ଅଞ୍ଚଳରେ ଗତ ୧୫ ଦିନରେ ୧୯ ଶିଶୁଙ୍କ ସମେତ ୨୫ ଜଣ ଲୋକ ଜଣ୍ଡିସ, ଟାଇଫଏଡ ସମେତ ଅନ୍ୟ ରୋଗରେ ପୀଡ଼ିତ ହୋଇଛନ୍ତି।

ମଧ୍ୟପ୍ରଦେଶର ଇନ୍ଦୋର ପରେ ମହୁରେ ଦୂଷିତ ପାନୀୟ ଜଳ ବ୍ୟବହାର କରି ଅନେକ ଲୋକ ଅସୁସ୍ଥ ହୋଇଛନ୍ତି। ମହୁ ତହସିଲର ପତ୍ରି ବଜାର କ୍ଷେତ୍ର ଅଞ୍ଚଳରେ ଗତ ୧୫ ଦିନରେ ୧୯ ଶିଶୁଙ୍କ ସମେତ ୨୫ ଜଣ ଲୋକ ଜଣ୍ଡିସ, ଟାଇଫଏଡ ସମେତ ଅନ୍ୟ ରୋଗରେ ପୀଡ଼ିତ ହୋଇଛନ୍ତି।

Water Crisis

Water Crisis In Madhya Pradesh Photograph: (sambad.in)

ମହୁ: ମଧ୍ୟପ୍ରଦେଶର ଇନ୍ଦୋର ପରେ ମହୁରେ ଦୂଷିତ ପାନୀୟ ଜଳ ବ୍ୟବହାର କରି ଅନେକ ଲୋକ ଅସୁସ୍ଥ ହୋଇଛନ୍ତି। ମହୁ ତହସିଲର ପତ୍ରି ବଜାର କ୍ଷେତ୍ର ଅଞ୍ଚଳରେ ଗତ ୧୫ ଦିନରେ ୧୯ ଶିଶୁଙ୍କ ସମେତ ୨୫ ଜଣ ଲୋକ ଜଣ୍ଡିସ, ଟାଇଫଏଡ ସମେତ ଅନ୍ୟ ରୋଗରେ ପୀଡ଼ିତ ହୋଇଛନ୍ତି। ଅସୁସ୍ଥ ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ବାସିନ୍ଦା କହିଛନ୍ତି, ଏହି ଅଞ୍ଚଳର ବିଭିନ୍ନ ନଳକୂପ (ଟ୍ୟାପ୍‌)ରେ ଦୁର୍ଗନ୍ଧଯୁକ୍ତ ମଇଳା ଜଳ ଆସୁଛି। ପାଣିକୁ ଫୁଟେଇବା ପରେ ପାଣି ତଳେ ମଇଳା ଜମି ରହୁଛି।

ଦୂଷିତ ପାଣି ବ୍ୟବହାର କରି ଲୋକ ଅସୁସ୍ଥ ଖବର ଜଣାପଡ଼ିବା ପରେ ମହୁ ଏସ୍‌ଡିଏମ୍‌ ରାକେଶ ପରମାର ଓ ତହସିଲଦାର ବିବେକ ସୋନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଥିଲେ। ଲୋକଙ୍କ ଘରୁ ପାଣି ମାଗି ଦେଖିଥିଲେ। ପାନୀୟ ଯୋଗାଣ ବ୍ୟବସ୍ଥାକୁ ପ୍ରାଥମିକତା ଦେଇ ଯାଞ୍ଚ କରିବାକୁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି। ବ୍ଲକ ମେଡିକାଲ ଅଫିସର ଯୋଗେଶ ସିଙ୍ଗାରେଙ୍କ ନିର୍ଦ୍ଦେଶରେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଘରେ ଘରେ ପହଞ୍ଚି ରୋଗୀଙ୍କଠାରୁ ରକ୍ତନମୁନା ସଂଗ୍ରହ କରିଥିଲେ।

ଡ୍ରେନ୍‌ ପାଣି ସଂସ୍ପର୍ଶରେ ଆସି ଦୂଷିତ ହେଉଛି ପାଣି

ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ, ନର୍ମଦା ନଦୀରୁ ପାଣି ଯୋଗାଣ ହେଉଥିବାବେଳେ ଏହି ପାଇପଲାଇନଗୁଡ଼ିକୁ ଡ୍ରେନ୍‌ ପାଣି ସଂସ୍ପର୍ଶରେ ଆସି ଦୂଷିତ ହେଉଛି। ତେବେ ଏପର୍ଯ୍ୟନ୍ତ କେଉଁଠାରେ ପାନୀୟ ଜଳ ଯୋଗାଣ ପାଇପଲାଇନରେ ଲିକେଜ୍‌ ଠାବ ହୋଇନାହିଁ। ସ୍ଥାନୀୟ ବିଧାୟକ ଉଷା ଠାକୁର ଅଞ୍ଚଳ ଗସ୍ତ କରି ଲୋକଙ୍କୁ ପାଣି ଫୁଟେଇ ବ୍ୟବହାର କରିବାକୁ କହିଛନ୍ତି।

ଆହୁରି ପଢ଼ନ୍ତୁ: IMD warns of thunderstorms and snowfall: ଦିଲ୍ଲୀ ଓ ଉତ୍ତର ଭାରତରେ ଝଡ଼ବର୍ଷା ଓ ତୁଷାରପାତ, ତାପମାତ୍ରା ହ୍ରାସ ନେଇ ଆଇଏମ୍‌ଡି ଚେତାବନୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe