ନୂଆଦିଲ୍ଲୀ: ବିହାରର ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କ ଅତି ନିକଟତର ସହଯୋଗୀ ତଥା ନିଜକୁ ମନ୍ତ୍ରୀଙ୍କ ହନୁମାନ କହୁଥିବା ଅଭିନାଶ ନେତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ କରିଥିଲେ। ଅଭିନାଶ ଅଭିଯୋଗ କରି କହିଥିଲେ, ‘ମୋ ଉପରେ ଆକ୍ରମଣ କରାଯାଇଛି। ତେଜ ପ୍ରତାପ ଯାଦବଙ୍କ ବାସଭବନରେ ମୋତେ ୨୦-୩୦ ଜଣ ଗୁଣ୍ଡା ମାଡ଼ ମାରିବା ସହିତ ଉଲଗ୍ନ କରି ଦେଇଥିଲେ।ସେଠାରେ ଉପସ୍ଥିତ ଲୋକମାନେ ଏସବୁ ଦେଖୁଥିଲେ, କିନ୍ତୁ କେହି ମୋତେ ବଞ୍ଚାଇବାକୁ ଚେଷ୍ଟା କରିନଥିଲେ। ମୋ ଫୋନ ରାତି ୯ଟାରୁ ରାତି ୧.୩୦ ପର୍ଯ୍ୟନ୍ତ ପ୍ରତାପଙ୍କ ବାସଭବନରେ ରଖାଯାଇଥିଲା। ତେଣୁ ମୁଁ ଘଟଣା ବିଷୟରେ କାହାକୁ କିଛି ଜଣାଇପାରି ନଥିଲି।’
ଅଧିକପଢ଼ନ୍ତୁ:ହି-ମ୍ୟାନ୍ଙ୍କୁ ଜନ୍ମଦିନର ଶୁଭେଚ୍ଛା, ଭାବବିହ୍ବଳ ହେଲେ ପରିବାର ଲୋକେ
ଭାଙ୍ଗିପଡ଼ିଛନ୍ତି ତେଜ ପ୍ରତାପଙ୍କ କର୍ମକର୍ତ୍ତା
ଏହି ଘଟଣା ପରେ ସୌରଭ ଯାଦବ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ଗଣମାଧ୍ୟମ ସହିତ କଥା ହୋଇ ସେ କହିଛନ୍ତି ଯେ ନିର୍ବାଚନ ସମୟରେ ସେ ତେଜ ପ୍ରତାପ ଯାଦବଙ୍କ ପାଇଁ ଦିନରାତି ପ୍ରଚାର କରିଥିଲେ, ଗାଁରୁ ଗାଁ ବୁଲି ଭୋଟ ମାଗିଥିଲେ ଏବଂ ସୋସିଆଲ ମିଡିଆରେ ତାଙ୍କ ପ୍ରତିଛବି ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଯାହାଙ୍କୁ ସେ ଭଗବାନ ମାନିଥିଲେ, ସେ ହିଁ ତାଙ୍କୁ ଅଧିକ କ୍ଷତି ପହଞ୍ଚାଇଛନ୍ତି।’
ରାଗରେ ତମତମ ପୀଡ଼ିତ କର୍ମକର୍ତ୍ତାଙ୍କ ମା’
ପୁଅର ଏଭଳି ଅଭିଯୋଗ ପରେ ଅଭିନାଶଙ୍କ ମାଆ ତେଜ ପ୍ରତାପ ଯାଦବଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରି କହିଛନ୍ତି, ‘ ମୋ ପୁଅର ଏଭଳି ଅବସ୍ଥା କରିଥିବା ତେଜ ପ୍ରତାପ ଯାଦବ ତଥା ଗୁଣ୍ଡାମାନେ ଯଦି ଆମ ଅଞ୍ଚଳକୁ ଆସିବେ ଆମେ ସେମାନଙ୍କୁ ପିଟି ପିଟି ମାରିଦେବୁ। ମୋର ନିର୍ଦ୍ଦୋଷ ପୁଅକୁ ଅସମ୍ମାନ କରିବା ପଛରେ ସେମାନଙ୍କ ଉଦ୍ଦେଶ୍ୟ କ’ଣ। ଅଭିନାଶ କହୁଛି ସେ ଏ ଅପମାନ ସହ୍ୟ କରି ପାରୁନାହିଁ। ଜୀବନ ହାରି ଦେବ। କାଲି ସକାଳେ ଯଦି ତାହାର କିଛି ହୋଇଯାଏ ଏଥିପାଇଁ କିଏ ଦାୟୀ ହେବ? ଯିଏ ନିଜର କର୍ମୀଙ୍କ ସହ ଏପରି ବ୍ୟବହାର କରୁଛନ୍ତି ସେ କି ପ୍ରକାରର ନେତା ଆପଣମାନେ ସ୍ପଷ୍ଟ ଭାବେ ବାରି ପାରୁଥିବେ। କେବଳ ଏତିକି ନୁହେଁ ଯାଦବଙ୍କ ଗୁଣ୍ଡାମାନେ ମାଆ ଏବଂ ଭଉଣୀଙ୍କୁ ଅଶ୍ଳୀଳ ଭାଷା ବ୍ୟବହାର କରି ଦୁର୍ବ୍ୟବହାର କରୁଛନ୍ତି।
ଅଧିକପଢ଼ନ୍ତୁ:ବିଦ୍ୟୁତ କର୍ମଚାରୀମାନଙ୍କୁ ଲାଗିଲା ଝଟକା: ଦେବାକୁ ପଡ଼ିବ ସମ୍ପୂର୍ଣ୍ଣ ବିଲ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/12/er-2025-12-12-19-08-25.jpg)