ମହୁଆ ମୋଇତ୍ରଙ୍କ ବିବାହକୁ ନେଇ କଟାକ୍ଷ କରି କଲ୍ୟାଣ ବାନାର୍ଜୀ କହିଲେ, ‘୪୦ବର୍ଷର ବିବାହକୁ ଭାଙ୍ଗି ୬୫ବର୍ଷର ବୃଦ୍ଧଙ୍କୁ ବିବାହ କରିବା କ’ଣ ଠିକ? ’

4ct (14)

ନୂଆଦିଲ୍ଲୀ: ଦକ୍ଷିଣ କୋଲକତାରେ ଆଇନ କଲେଜର ଜଣେ ଆଇନ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ମାମଲାକୁ ନେଇ କୋଲକାତାରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ବିରୋଧୀ ଦଳ ଏହାକୁ ଏକ ପ୍ରସଙ୍ଗ କରି ଟିଏମସିକୁ କଟାକ୍ଷ କରୁଛନ୍ତି। ଟିଏମସି ନେତାମାନଙ୍କ ମଧ୍ୟରେ ଏକ ପ୍ରକାର ବାକ୍ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଛି। 

ମହୁଆ ମୋଇତ୍ର କଲ୍ୟାଣ ବାନାର୍ଜୀଙ୍କ ବୟାନକୁ ନିନ୍ଦା କରି ତାଙ୍କୁ ମହିଳା ବିରୋଧୀ ବୋଲି କହିଥିଲେ।  ମହୁଆଙ୍କ ଏଭଳି ବୟାନର ଉତ୍ତର ଦେଇ କଲ୍ୟାଣ ବାନାର୍ଜୀ ତାଙ୍କ ବ୍ୟକ୍ତିଗତ ଜୀବନକୁ ଆକ୍ଷେପ କରିଛନ୍ତି।

ମହୁଆ ମୋଇତ୍ରଙ୍କୁ ପାଲଟା ଜବାବ ଦେଇ ପଶ୍ଚିମବଙ୍ଗର ସେରାମପୁର ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଥିବା କଲ୍ୟାଣ ବାନାର୍ଜୀ କହିଛନ୍ତି, "ଆପଣ ହନିମୁନ ସାରି ଭାରତ ଫେରି ମୋ ଉପ‌ରେ ଆକ୍ରମଣ କରିବା ଆରମ୍ଭ କରିଛନ୍ତି। ଆପଣ ମୋ‌ତେ ମହିଳା ବିରୋଧୀ ବୋଲି ଆକ୍ଷେପ କରିଛନ୍ତି? କିନ୍ତୁ ଆପଣ କ'ଣ?  ନିଜେ ନିଜର ୪୦ ବର୍ଷର ବିବାହ ଭାଙ୍ଗି ଜଣେ ୬୫ ବର୍ଷୀୟ ପୁରୁଷଙ୍କୁ ବିବାହ କରିଛନ୍ତି। ଆପଣ ଏପରି ବିବାହ କରି ମହିଳାମାନଙ୍କୁ ଆଘାତ ଦେଇ ନାହାଁନ୍ତି? ଏନେଇ ମୁଁ ନୁହେଁ ଦେଶର ମହିଳାମାନେ ଏହାର ନିଷ୍ପତ୍ତି ନେବେ।"

ଉଲ୍ଲେଖଯୋଗ୍ୟ,  ଜର୍ମାନୀରେ ମହୁଆ ମୋଇତ୍ର (୫୦) ଗୁପ୍ତ ଭାବେ ପୂର୍ବତନ ସାଂସଦ ପିନାକୀ ମିଶ୍ର (୬୫ବର୍ଷ)ଙ୍କୁ ବିବାହ କରିଥିଲେ। ପିନାକୀ ମିଶ୍ରଙ୍କ ଏହା ଦ୍ୱିତୀୟ ବିବାହ। ପୂର୍ବରୁ ସେ ସଂଗୀତା ମିଶ୍ରଙ୍କୁ ବିବାହ କରିଥିଲେ। ତାଙ୍କର ଜଣେ ପୁଅ ଓ ଝିଅ ମଧ୍ୟ ରହିଛନ୍ତି। । ସେହିପରି ମହୁଆ ମଧ୍ୟ ପୂର୍ବରୁ ବିବାହ କରିଥିଲେ। ତାଙ୍କର ବି ଏହା ଦ୍ବିତୀୟ ବିବାହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe