ଟ୍ରାଉଜର କିଣିବାରୁ ମହିଳା ସାଂସଦଙ୍କୁ ମାଗିଲେ ମୋବାଇଲ ନମ୍ବର, ଖପ୍ପା ହେଲେ ମହୁଆ

ଟ୍ରାଉଜର କିଣିବାରୁ ମହିଳା ସାଂସଦଙ୍କୁ ମାଗିଲେ ମୋବାଇଲ ନମ୍ବର, ଖପ୍ପା ହେଲେ ମହୁଆ

photo-live hindustan

ନୂଆଦିଲ୍ଲୀ: ସାଂସଦଙ୍କୁ ମୋବାଇଲ ନମ୍ବର ମାଗିବାରୁ ହରଡ଼ଘଣାରେ ପଡିଲା କ୍ରୀଡାସାମଗ୍ରୀ ଭିତ୍ତିକ ବ୍ରାଣ୍ଡ ଡେକାଥଲନ୍ | ଏହି କମ୍ପାନି ବିରୋଧରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର ସଙ୍ଗୀନ ଅଭିଯୋଗ ଆଣିଛନ୍ତି | ଡେକାଥଲନ୍ ବିରୋଧରେ ମହୁଆ ଟ୍ୱିଟରରେ ଅଭିଯୋଗ କରିଛନ୍ତି | ସୂଚନା ମୁତାବକ ମହୁଆ ଦିଲ୍ଲୀ ଏନସିଆରର ଅନସାଲ ପ୍ଲାଜାର ଡେକାଥଲନ୍ ସୋରୁମକୁ ତାଙ୍କ ପିତାଙ୍କ ପାଇଁ ଟ୍ରାଉଜର କିଣିବାକୁ ଯାଇଥିଲେ। ଯେତେବେଳେ ସେ ଟ୍ରାଉଜର ନେଇ ବିଲିଂ କାଉଣ୍ଟରକୁ ଯାଇଥିଲେ ସେତେବେଳେ ଷ୍ଟୋର ପକ୍ଷରୁ ତାଙ୍କର ଫୋନ୍ ନମ୍ବର ଏବଂ ଇମେଲ୍ ଆଇଡି ମଗାଯାଇଥିଲା।

ତେବେ ମହୁଆ ମୋବାଇଲ ନମ୍ବରକୁ ଦେବାକୁ ମନା କରିବା ପରେ ଡେକାଥଲନ ପକ୍ଷରୁ ଟ୍ରାଉଜର ନେଇପାରିବେନି ବୋଲି କୁହାଯାଇଥିଲା | ଏହା ପରେ ମହୁଆ ଏବାବଦରେ ଟ୍ୱିଟ୍ କରିଥିଲେ। ସେ ଟ୍ୱିଟରରେ ଲେଖିଥିଲେ ଯେ ଡେକାଥଲନ୍ ଗୋପନୀୟତା ନିୟମ ଏବଂ ଗ୍ରାହକଙ୍କ ନିୟମକୁ ଉଲ୍ଲଂଘନ କରୁଛି। ମହୁଆ ଟ୍ୱିଟ୍ କରି କହିଛନ୍ତି, ମୁଁ ନଗଦ ଅର୍ଥ ଦେଇ ଡେକାଥଲନରୁ ବାପାଙ୍କ ପାଇଁ ୧୪୯୯ ଟଙ୍କା ମୂଲ୍ୟର ଟ୍ରାଉଜର କିଣିବାକୁ ଯାଇଥିଲି |

କିନ୍ତୁ ମୋବାଇଲ୍ ନମ୍ବର ଏବଂ ଇମେଲ୍ ଆଇଡି ଦେଇ କ୍ରୟ କରିବାକୁ ମ୍ୟାନେଜର ମୋତେ ଚାପ ପକାଇଥିଲେ | ଏମାନେ ଗୋପନୀୟତା ନିୟମ ଏବଂ ଗ୍ରାହକଙ୍କ ନିୟମକୁ ଉଲ୍ଲଂଘନ କରୁଛନ୍ତି | ତେବେ ମହୁଆଙ୍କ ଏହି ଟ୍ୱିଟ କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଥିଲା | ପରେ ମହୁଆ କହିଥିଲେ ଯେ ମ୍ୟାନେଜର ନିଜ ନମ୍ବରକୁ ଦେଇ ତାଙ୍କୁ ଟ୍ରାଉଜର ଦେଇଥିଲେ। ସେ ମ୍ୟାନେଜରଙ୍କୁ ପ୍ରଶଂସା କରିଥିଲେ ତଥାପି ଡେକାଥଲନ୍ ଏହାର ନିୟମ ପରିବର୍ତ୍ତନ କରିବା ଉଚିତ୍ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe