Image Courtesy of India Today
ନୂଆଦିଲ୍ଳୀ: ଦେଶର ୭୫୦ଜଣ ଛାତ୍ରୀଙ୍କଦ୍ବାରା ନିର୍ମିତ ଛୋଟ ଛୋଟ ସାଟେଲାଇଟ୍ଗୁଡ଼ିକୁ ନେଇ ଆଜି ମହାକାଶକୁ ଉତ୍କ୍ଷେପଣ କରାଯାଇଥିବା ‘ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ’ର (ଇସ୍ରୋ) କ୍ଷୁଦ୍ରତମ ରକେଟ୍ରେ ତ୍ରୁଟି ପରିଲକ୍ଷିତ ହୋଇଛି। ଉଡ଼ାଣର ଚୂଡ଼ାନ୍ତ ପର୍ଯ୍ୟାୟରେ ‘ଡାଟା ଲସ୍’ ହେବାରୁ ରକେଟ୍ରେ ଅସୁବିଧା ଷୃଷ୍ଟି ହୋଇଥିବା କଥା ଜଣାପଡ଼ିଛି।
୧୨୦ ଟନ୍ ଓଜନବିଶିଷ୍ଟ ‘ଇସ୍ରୋ’ର ଏହି ପ୍ରଥମ ‘ସ୍ମଲ୍ ସାଟେଲାଇଟ୍ ଲଞ୍ଚ୍ ଭେଇକ୍ଲ’ (ଏସ୍ଏସ୍ଏଲ୍ଭି) ନେଇଯାଇଥିବା ଦୁଇଟି ‘ସାଟେଲାଇଟ୍’କୁ ନିର୍ଦ୍ଦିଷ୍ଟ କକ୍ଷପଥରେ ଛାଡ଼ିଛି କି, ନାହିଁ, ତାହା ଜାଣିବା ଲାଗି ବୈଜ୍ଞାନିକ ଏବଂ ଇଞ୍ଜିନିୟର୍ମାନେ ଏବେ ଉଦ୍ୟମ ଚଳାଇଛନ୍ତି।
ଉପରୋକ୍ତ କଥା ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ‘ମିସନ୍’ ସଫଳ ହେଲା ବୋଲି ଘୋଷଣା କରାଯାଇ ପାରିବ ନାହିଁ।
Image Courtesy of NDTV‘ଇସ୍ରୋ’ର ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି, ଆଶାନୁଯାୟୀ ‘ଏସ୍ଏସ୍ଏଲ୍ଭି-ଡି୧’ ପ୍ରତ୍ୟକ ସ୍ତରରେ କାର୍ଯ୍ୟ କଲା। ଅଭିଯାନର ଚୂଡ଼ାନ୍ତ ପର୍ଯ୍ୟାୟରେ, କିଛି ‘ଡାଟା’ ଲସ୍ ହୋଇଥିବା ଜଣାପଡ଼ିଛି। ଚୂଡ଼ାନ୍ତ ଫଳାଫଳ ଜାଣିବା ଲାଗି ଆମେ ‘ଡାଟା’ ବିଶ୍ଳେଷଣ କରୁଛୁ।
ଉଲ୍ଲେଖଯୋଗ୍ୟ, ‘ଏସ୍ଏସ୍ଏଲ୍ଭି’ରେ ଯାଉଥିବା କୃତ୍ରିମ ଉପଗ୍ରହ ଦୁଇଟିରୁ ଗୋଟିଏ ହେଉଛି ‘ଆର୍ଥ ଅବ୍ଜର୍ଭେସନ୍ ସାଟେଲାଇଟ୍-୦୨’ ଏବଂ ଅନ୍ୟଟି ହେଉଛି ‘ଆଜାଦିସାଟ୍’। ଦ୍ବିତୀୟଟିକୁ ନିର୍ମାଣ କରିଥିଲେ ‘ସ୍ପେସ୍ କିଡ୍ଜ୍ ଇଣ୍ଡିଆ’ର ଛାତ୍ରୀମାନେ।
ଦେଶର ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ୭୫ଟି ‘ପ୍ଲେଲୋଡ୍’କୁ ମିଶାଇ ଗଠିତ ‘ଆଜାଦିସାଟ୍’କୁ ନିର୍ମାଣ କରିଥିଲେ ୭୫୦ଜଣ ସ୍କୁଲ୍ ଛାତ୍ରୀ।
Follow Us