ସିଦ୍ଦିକିଙ୍କୁ ହତ୍ୟା କରିବା ପରେ ଫେରାର ନହୋଇ ଏହି କାମ କରିଥିଲା ମୁଖ୍ୟ ଅଭିଯୁକ୍ତ

Advertisment

ମହାରାଷ୍ଟ୍ର ରାଜନେତା ବାବା ସିଦ୍ଦିକଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶିବ କୁମାର ଗୌତମଙ୍କୁ ରବିବାର ଉତ୍ତରପ୍ରଦେଶର ବାହରାଇଚରୁ ଗିରଫ କରାଯାଇଥିଲା। ଗିରଫ ପରେ ସେ ଅନେକ ଅଜଣା ତଥ୍ୟ ପ୍ରକାଶ କରିଛି |

ମହାରାଷ୍ଟ୍ର ରାଜନେତା ବାବା ସିଦ୍ଦିକଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶିବ କୁମାର ଗୌତମଙ୍କୁ ରବିବାର ଉତ୍ତରପ୍ରଦେଶର ବାହରାଇଚରୁ ଗିରଫ କରାଯାଇଥିଲା। ଗିରଫ ପରେ ସେ ଅନେକ ଅଜଣା ତଥ୍ୟ ପ୍ରକାଶ କରିଛି |

shivku

ମୁମ୍ବାଇ: ମହାରାଷ୍ଟ୍ରର ରାଜନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶିବ କୁମାର ଗୌତମଙ୍କୁ ରବିବାର ଉତ୍ତରପ୍ରଦେଶର ବାହରାଇଚରୁ ଗିରଫ କରାଯାଇଥିଲା। ଗିରଫ ପରେ ସେ ଅନେକ ଅଜଣା ତଥ୍ୟ ପ୍ରକାଶ କରିଛି | ପଚରାଉଚରା ବେଳେ ଅଭିଯୁକ୍ତ ହତ୍ୟାକାଣ୍ଡ ପରେ କ'ଣ କରିଥିଲା, ତାହା ପୁଲିସକୁ ଜଣାଇଛି | ଏହା ମଧ୍ୟ କହିଛି ଯେ, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ, ବାବା ସିଦ୍ଦିକି ଓ ତାଙ୍କ ପୁଅ ଜିଶାନ୍ ସିଦ୍ଦିକିଙ୍କ ମଧ୍ୟରୁ ଯିଏ ଆଗ ଅଫିସ ବାହାରକୁ ଆସିବା ତାକୁ ହତ୍ୟା କରିବାକୁ ସୁପାରୀ ଦେଇଥିଲା |

ଅକ୍ଟୋବର ୧୨ରେ ମୁମ୍ବାଇରେ ଥିବା ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ବାବା ସିଦ୍ଦିକଙ୍କୁ ହତ୍ୟା କରିଥିଲେ ହରିୟାଣାର ବାସିନ୍ଦା ଗୁରନେଲ ସିଂ, ଉତ୍ତରପ୍ରଦେଶର ଧର୍ମରାଜ କଶ୍ୟପ ଓ ଶିବ କୁମାର। ଏହି ଘଟଣା ପରେ ଗୁରନେଲ ସିଂ ଏବଂ ଧର୍ମରାଜ କଶ୍ୟପଙ୍କୁ ଗିରଫ କରାଯାଇଥିବା ବେଳେ ଖସି ପଳାଇଥିଲା ଶିବ କୁମାର | କିଭଳି ସେ ଖସି ପଳାଇବାକୁ ସଫଳ ହେଲା ତାହା ପୁଲିସକୁ ଜଣାଇଛି ଶିବ | ଅଭିଯୁକ୍ତର କହିବା ମୁତାବକ, "ଗୁଳି ମାରିବା ପରେ ମୁଁ ତୁରନ୍ତ ମୋ ପୋଷାକ ବଦଳାଇଦେଇଥିଲି | ଏଥିପାଇଁ ମୋତେ କେହି ଜାଣି ପାରିଲେ ନାହିଁ | ଏଥିପାଇଁ ମୁଁ କିଛି ସମୟ ଘଟଣାସ୍ଥଳରେ ରହିବା ପରେ ସେଠାରୁ ଚାଲିଆସିଥିଲି |"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe