ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆରମ୍ଭ କରିବା ପାଇଁ ଲୋକସଭାରେ ୧୦୦ ଏବଂ ରାଜ୍ୟସଭାରେର ୫୦ ସଦସ୍ୟଙ୍କ ସହମତି ଜରୁରୀ। ଏହି ସମର୍ଥନ ସହିତ ହିଁ ଏ ବାବଦ ପ୍ରକ୍ରିୟା ଆରମ୍ଭ ହୋଇପାରିବ। ସଦସ୍ୟମାନେ ସଂପୃକ୍ତ ଗୃହରେ ଅଧ୍ୟକ୍ଷଙ୍କୁ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଚଳାଇବା ପାଇଁ ସେମାନଙ୍କ ଦାବି ନେଇ ନୋଟିସ୍ ଦେଇପାରିବେ। ପ୍ରସ୍ତାବ ଗୃହୀତ ହେବାପରେ ଅଧ୍ୟକ୍ଷଙ୍କ ଦ୍ୱାରା ୩ ଜଣ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଏହି କମିଟିରେ ସୁପ୍ରିମ୍ କୋର୍ଟର ଜଣେ ବର୍ତ୍ତମାନର ବିଚାରପତି, ହାଇକୋର୍ଟର ମୁଖ୍ୟ ବିଚାରପତି କିମ୍ବା ଅନ୍ୟ ବିଚାରପତି ଏବଂ ଜଣେ ଆଇନ ବିଶେଷଜ୍ଞଙ୍କୁ ସାମିଲ କରାଯିବ। ଏହି କମିଟି ସଂପୃକ୍ତ ବିଚାରପତିଙ୍କ ବିରୋଧରେ ଆସିଥିବା ମାମଲାର ଯାଞ୍ଚ କରିବେ। ଅଭିଯୋଗ ସାବ୍ୟସ୍ତ ହେଲେ ସଂସଦର ଉଭୟ ଗୃହରେ ଏ ବାବଦରେ ପ୍ରସ୍ତାବ ଗୃହୀତ କରାଇବାକୁ ହେବ। ଏହି ପ୍ରସ୍ତାବ ପାରିତ ହେବା ପରେ ରାଷ୍ଟ୍ରପତି ସଂପୃକ୍ତ ବିଚାରପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।
ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା କ’ଣ ?
Advertisment
Follow Us